Categories: ଫୁରସତ

ଏହା ଭାରତର ୪ ଦୂରସ୍ଥାନ ଯାତ୍ରା କରୁଥିବା ଟ୍ରେନ୍‌, ଯେଉଁଥିରେ ବସି ଦେଖିପାରିବେ ପୂରା ଭାରତର ଦୃଶ୍ୟ

ବିଭିନ୍ନତା ମଧ୍ୟରେ ଏକତା ପରିଲକ୍ଷିତ ହେଉଥିବା ଆମ ଭାରତ ଏକ ବିରାଟ ଦେଶ। ଏହାର ସଭ୍ୟତା ଓ ସଂସ୍କୃତି ମଧ୍ୟ ଅଲଗା। ତେବେ ଯଦି ଆପଣଙ୍କୁ ଭାରତର ଏହି ଭିନ୍ନଭିନ୍ନ ସଭ୍ୟତା ଓ ସଂସ୍କୃତିକୁ ଦେଖିବା ଲାଗି ଇଚ୍ଛା ହେଉଛି, ଏଥିଲାଗି ଭାରତୀୟ ରେଳ ସବୁଠୁ ଏକ ବଢ଼ିଆ ମାଧ୍ୟମ। ଟ୍ରେନ୍‌ରେ ବସି ରାସ୍ତାର ପାହାଡ଼, ପର୍ବତ, କ୍ଷେତକୁ ଦେଖିପାରିବେ। ମାତ୍ର ଆପଣ କ’ଣ ଏହା ଜାଣନ୍ତି, ଭାରତରେ ଏପରି କିଛି ଟ୍ରେନ ଅଛି, ଯାହା ପୂରା ଭାରତ ଦେଇ ଯାଇଥାଏ। ଏହା ସାଧାରଣ ଲୋକଙ୍କ ପାଇଁ ହୋଇଥିବା ବେଳେ ଏହି ଟ୍ରେନ୍‌ରେ ବସି ଭାରତ ଭ୍ରମଣ ଇଚ୍ଛାକୁ ସାକାର କରନ୍ତୁ।

ବିବେକ ଏକ୍ସପ୍ରେସ: ଏହି ଟ୍ରେନ୍‌ ଭାରତର ଅଧିକ ସ୍ଥାନ ଯାତ୍ରା କରିଥାଏ। ଏହା କନ୍ୟାକୁମାରୀ, ତାମିଲନାଡୁ , ଦିବ୍ରୁଗଡ଼, ଆସାମ ପର୍ଯ୍ୟନ୍ତ ୪,୨୭୩ କିମି ଚାଲିଥାଏ। ଆପଣଙ୍କ ଏହି ଯାତ୍ରା ୮୫ ଘଣ୍ଟାରେ ପୂରା ହୋଇଥାଏ। ଏଣୁ ଆପଣଙ୍କ ପଶ୍ଚିମବଙ୍ଗରୁ କେରଳ ପର୍ଯ୍ୟନ୍ତ ସୁନ୍ଦର ସଂସ୍କୃତିକୁ ଉପଭୋଗ କରିପାରିବେ।

ହିମସାଗର ଏକ୍ସପ୍ରେସ: ଏହା ଭାରତର ଦ୍ୱିତୀୟ ଅଧିକ ସ୍ଥାନ ଯାତ୍ରା କରୁଥିବା ଟ୍ରେନ୍‌ । ଏହା ୩,୭୧୪ କି.ମି. ଯାତ୍ରା କରିଥାଏ। ଉକ୍ତ ଟ୍ରେନ୍‌ ଉତ୍ତରରେ ଜମ୍ମୁ ଓ ଦକ୍ଷିଣରେ କନ୍ୟାକୁମାରୀ ପର୍ଯ୍ୟନ୍ତ ଯାତ୍ରା କରିଥାଏ।

ନବଯୁଗ ଏକ୍ସପ୍ରେସ୍‌: ଏହା ସପ୍ତାହରେ ଥରେ ମାତ୍ର ଚାଲିଥାଏ। ଜମ୍ମୁଟାଭିରୁ ମାଙ୍ଗାଲୋର ଯାଉଥିବା ଏହି ଟ୍ରେନ ୧୨ଟି ରାଜ୍ୟ ଦେଇ ଯାଇଥାଏ।

ଗୁଆହାଟୀ ଏକ୍ସପ୍ରେସ୍‌: ଏହା ଚତୁର୍ଥ ଦୂର ସ୍ଥାନକୁ ଯାତ୍ରା କରୁଥିବା ଟ୍ରେନ୍‌ । ଯଶୋବନ୍ତପୁର ବେଙ୍ଗାଲୁରୁରୁ ଦିବ୍ରୁଗଡ଼ ଆସାମ ପର୍ଯ୍ୟନ୍ତ ଯାଇଥାଏ। ସପ୍ତାହରେ ଥରେ ଚାଲୁଥିବା ଏହି ଟ୍ରେନ୍‌ ୩ ଦିନରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚେ।

Share