ଏସ୍‌ସିବି ମେଡିକାଲ: ଦାୟିତ୍ୱ ନେଲେ ନୂଆ ଅଧୀକ୍ଷକ

କଟକ ଅଫିସ, ୬ା୧୧:ଏସ୍‌ସିବି ମେଡିକାଲର ନୂଆ ଅଧୀକ୍ଷକ ଭାବେ ପ୍ରଫେସର ଡାକ୍ତର ସରୋଜକାନ୍ତ ସାହୁ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଦାୟୀ ଅଧୀକ୍ଷକ ପ୍ରଫେସର ଡାକ୍ତର ସିବିକେ ମହାନ୍ତିଙ୍କଠାରୁ ସେ ଏହି ଦାୟିତ୍ୱ ଗ୍ରହଣ କରିଥିଲେ। ପ୍ରଫେସର ମହାନ୍ତି ଡିଏମ୍‌ଇଟିର ନିର୍ଦ୍ଦେଶକ ଭାବେ ପଦୋନ୍ନତି ପାଇ ବଦଳି ହେବା ପରେ ତାଙ୍କ ସ୍ଥାନରେ ସରକାର ପ୍ରଫେସର ସାହୁଙ୍କୁ ନିଯୁକ୍ତ କରିଛନ୍ତି। ଉତ୍ତମ ରୋଗୀ ସେବା ଓ ସରକାରୀ ଯୋଜନାର ସଫଳ ରୂପାୟନ କ୍ଷେତ୍ରରେ ସମସ୍ତ କର୍ମଚାରୀଙ୍କ ସହାୟତା ଆବଶ୍ୟକ ବୋଲି ନୂଆ ଅଧୀକ୍ଷକ ସାହୁ କହିଛନ୍ତି।