ଏସ୍‌ପିଙ୍କ ନାଁରେ ଯୌନ ନିର୍ଯାତନା ଆଣିଲେ ବୋହୂ

କଟକ ଅଫିସ,୧୬।୧୨: ଦକ୍ଷିଣ ଓଡ଼ିଶାରେ କାର୍ଯ୍ୟରତ ଜଣେ ଭାରପ୍ରାପ୍ତ ଏସ୍‌ପିଙ୍କ ନାଁରେ ତାଙ୍କ ବୋହୂ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏନେଇ କଟକ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ ହେବା ପରେ ଆଇପିସି ଦଫା ୩୪୨, ୩୨୩, ୩୫୪(ଏ), ୩୫୪(ଡି), ୫୦୬, ୫୦୯, ୪୯୮(ଏ) ଓ ୩୪ ଅନୁଯାୟୀ ଏକ ମାମଲା(ନଂ. ୩୭୧/୧୯) ରୁଜୁ ହୋଇ ତଦନ୍ତ କରାଯାଉଛି ବୋଲି ଥାନା ଅଧିକାରୀ ତାପସ ଚନ୍ଦ୍ର ପ୍ରଧାନ କହିଛନ୍ତି।

ଅଭିଯୋଗ ଅନୁଯାୟୀ, କିଛିମାସ ତଳେ ଉକ୍ତ ଏସ୍‌ପି ଓ ତାଙ୍କ ସ୍ତ୍ରୀ ଚାଉଳିଆଗଞ୍ଜସ୍ଥିତ ସମ୍ପର୍କୀୟଙ୍କ ଘରେ ରହୁଥିଲେ। ତାଙ୍କ ପୁଅ, ବୋହୂ ସିଡିଏ ଅଞ୍ଚଳରେ ରୁହନ୍ତି। ଅକ୍ଟୋବର ୧୬ରେ ବିବାହ ବାର୍ଷିକୀ ଅବସରରେ ପୁଅ, ବୋହୂ ଦୁହେଁ ବୁଲିବା ପାଇଁ ଚାଉଳିଆଗଞ୍ଜସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ପୂର୍ବରୁ ସେଠାରେ ଶାଶୁଶ୍ୱଶୁର ରହୁଥିଲେ। କୌଣସି କାର୍ଯ୍ୟରେ ଏସ୍‌ପିଙ୍କ ପୁଅ କିଛିଦିନ ଲାଗି ବାହାରକୁ ଯାଇଥିଲେ। ତେବେ ବୋହୂ ଚାଉଳିଆଗଞ୍ଜରେ ତାଙ୍କ ଶାଶୁଶ୍ୱଶୁରଙ୍କ ନିକଟରେ ରହିଥିଲେ। ଏହି ସମୟରେ ଶାଶୁଶ୍ୱଶୁର ମିଶି ତାଙ୍କୁ ଶାରୀରିକ ନିର୍ଯାତନା ଦେଇଥିଲେ। ଏପରି କି ଶ୍ୱଶୁର(ଏସ୍‌ପି) ଯୌନ ନିର୍ଯାତନା ଦେଇଥିବା ନେଇ ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ବୋହୂଙ୍କ ଏପରି ଅଭିଯୋଗକୁ ଏସ୍‌ପି ଜଣକ ଖଣ୍ଡନ କରିବା ସହ ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି। ପୁଅବୋହୂ ଦିନଟିଏ ବି ଆମ ପାଖରେ ରହିନାହାନ୍ତି। ସେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା। ସେମାନେ ମୋତେ ଟଙ୍କା ମାଗିଥିଲେ, ମୁଁ ମନା କରିବାରୁ ମୋ ବିରୋଧରେ ଏପରି ମିଥ୍ୟା ଅଭିଯୋଗ ଆଣିଛନ୍ତି ବୋଲି ଏସ୍‌ପି ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା: ଯୋଗାଇ ଦିଆଯାଉଛି ଔଷଧ

ଭଞ୍ଜନଗର,୧୮/୨(ବାବୁଲା ପ୍ରଧାନ): ବର୍ତ୍ତମାନ ବରିଷ୍ଠ ନାଗରିକ ସପ୍ତାହ ଚାଲିଛି। ଏଥିପାଇଁ ବରିଷ୍ଠ ନାଗରିକମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହେଉଛି। ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ କବିତା…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ହଙ୍ଗାମା: ସ୍ତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ, ଆଉ ତା’ ପରେ…

ବାଲେଶ୍ୱର,୧୮ା୨(ବାଞ୍ଛାନିଧି ଦେ): ସ୍ବାମୀ ପାଲଟିଗଲେ ରାକ୍ଷସ। ଶ୍ୱଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲେ ସ୍ବାମୀ। ଝିଅକୁ ବଞ୍ଚାଇବାକୁ ଯାଇ ଶ୍ୱଶୁର, ଶାଶୁ…

ମୌଳିକ ସୁବିଧାରୁ ବଞ୍ଚିତ ଡଙ୍ଗରିଆ କନ୍ଧ, ଟଙ୍କିକିଆ ଚାଉଳ ପାଇଁ ଯିବାକୁ ପଡ଼ୁଛି ୧୫ କି.ମି.

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ଦେଶ ସ୍ବାଧୀନତାର ୭୮ବର୍ଷ ପୂରିଥିଲେ ମଧ୍ୟ ଏବେ ସୁଦ୍ଧା ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ପହଞ୍ଚିପାରିନାହିଁ ମୌଳିକ ସୁବିଧା। ବିଶେଷକରି…

ମାର୍ଚ୍ଚ ୧୬ରେ ରାଜ୍ୟ ସଭା ନିର୍ବାଚନ: ପ୍ରେସ୍‌ ନୋଟ ଜାରି

ଭୁବନେଶ୍ୱର,୧୮।୨: ମାର୍ଚ୍ଚ ୧୬ରେ ରାଜ୍ୟ ସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ନେଇ ପ୍ରେସ୍‌ ନୋଟ ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ୧୦ ରାଜ୍ୟର ୩୭…

କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା

ଭଞ୍ଜନଗର,୧୮ା୨(ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା ଦେଉଛନ୍ତି…

ଭବାନୀପାଟଣା ସହରରେ ଫୁଟିଲା ଗୁଳି

ଭବାନୀପାଟଣା,୧୮ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବିବିସିପଡ଼ା ହନୁମାନ ମନ୍ଦିର ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି। ସାମାନ୍ୟ ବଚସାରୁ ଜଣେ ମଦ୍ୟପ…

ହବ୍‌ରୁ ପରୀକ୍ଷା କେନ୍ଦ୍ରକୁ ଗଲା ପ୍ରଶ୍ନପତ୍ର, କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା

ଭଞ୍ଜନଗର,୧୮ା୨((ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ବିଜ୍ଞାନ ଛାତ୍ରୀଛାତ୍ରଙ୍କ ମାତୃଭାଷା ଓଡ଼ିଆ…

ଲାଭ ନେଇଗଲା କଂଗ୍ରେସ

ଭୁବନେଶ୍ୱର,୧୮।୨(ସୁନିତ୍‌ ମିଶ୍ର): ୧୭ଶ ବିଧାନସଭାର ୬ଷ୍ଠ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଛି। ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ଦିନ ଥିବାରୁ ଗୃହରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri