ଏସ୍‌ଏଚ୍‌ଜି ମହିଳାଙ୍କ ଦ୍ୱାରା ଶିଶୁ, ପ୍ରସୂତିଙ୍କୁ ଅଣ୍ଡା ବଣ୍ଟନ

ଗଞ୍ଜାମ:୧୬,୪- ଲକ୍‌ଡାଉନ୍‌ କଟକଣା ପରେ ଗଞ୍ଜାମ ଜିଲାରେ ଶିଶୁ, ପ୍ରସୂତୀ ଓ ଗର୍ଭବତୀଙ୍କୁ ଅଣ୍ଡା ପ୍ରଦାନରେ ସମସ୍ୟା ଦେଖାଦେଇଥିଲା। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରତ୍ୟକ ଶିଶୁ, ପ୍ରସୂତି ଓ ଗର୍ଭବତୀ ମହିଳାଙ୍କ ନିକଟରେ ଅଣ୍ଡା ପହଞ୍ଚାଇବା ନିମନ୍ତେ ଉତ୍ତମ ପଦକ୍ଷେପ ନେଇଥିଲେ। ଜିଲାର ତିନୋଟି ସବ୍‌ଡିଭିଜନ ବ୍ରହ୍ମପୁର, ଆସ୍କା ଓ ଛତ୍ରପୁରରେ ୩ ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି)ଙ୍କୁ ଏହି ଦାୟିତ୍ୱ ନ୍ୟସ୍ତ କରିଥିଲେ।
ଛତ୍ରପୁର ସବ୍‌ଡିଭିଜନ ଦାୟିତ୍ୱରେ ଥିବା ମା’ ଉଜ୍ଜଳେଶ୍ୱରୀ ସ୍ବୟଂ ସହାୟିକା ଗୋଷ୍ଠୀ ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ରରେ ଗୁରୁବାର ଅଣ୍ଡା ପହଞ୍ଚାଇଛି। ଗଞ୍ଜାମ ସିଡିପିଓ ସଲୀଳା ପ୍ରଧାନ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତରେ ପହଞ୍ଚତ୍ ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ନେଇ ମହିଳା ଓ ଶିଶୁ ମାନଙ୍କ ଘରକୁ ଯାଇ ଅଣ୍ଡା ପହଞ୍ଚାଇଥିଲେ। ଅନ୍ୟାନ୍ୟ ଗ୍ରାମରେ ମଧ୍ୟ ଏହିପରି ଅଣ୍ଡା ବଣ୍ଟନ କରାଯାଇଛି। ୧୫୩ ଅଙ୍ଗନଓ୍ବାଡି କେନ୍ଦ୍ରରେ କର୍ମୀ ଓ ସହାୟିକାଙ୍କ ଦ୍ୱାରା ଅଣ୍ଡା ବଣ୍ଟନ କରାଯାଇଥିବା ସିଡିପିଓ ପ୍ରଧାନ ସୂଚନା ଦେଇଛନ୍ତି।