ଏସ୍‌ଇସିସି ତାଲିକାରେ ଭୁଲ୍‌ଭଟକା: ଆବାସ ଯୋଜନାରୁ ବଁଚିତ୍‌ ୩୪ ଆଦିବାସୀ ପରିବାର

 

ଲାଠୋର, ୧୧।୨ (ଡି.ଏନ୍‌.ଏ.)-
କେନ୍ଦ୍ର ସରକାର ୨୦୧୧ ସାଲେ ସାରାଦେଶରେ ଏସ୍‌ଇସିସି(ସାମାଜିକ, ଆର୍ଥତ୍କ, ଜାତି ଭିତ୍ତିକ) ଜନଗଣନା କରେଇଥିଲେ। ସେ ହିସାବେ ଆମର ରାଏଜେ ବି ସରକାରୀ କରମ୍‌ଚାରୀମାନେ ଘର ଘର ବୁଲି ଇ ଜନଗଣନା କରିଥିଲେ। ହେଲେ ସରକାରୀ ଅଧ୍‌କାରୀ, କରମ୍‌ଚାରୀକଁର ଖାମ୍‌ଖିଆଲି ମନ୍‌ଭାବ, ଭୁଲଭଟକା ଲାଗି ଅନେକ ଗରିବ୍‌ ଦୁଖିକଁର ନଁା ତାଲିକାରୁ ବାଦ୍‌ ପଡ଼ିଥିଲା। ସେ ସବୁକେ ସୁଧାରବାର ଲାଗି ୨୦୧୭ରେ ଚେଷ୍‌ଟା କରାଯାଇଥିଲା। ହେଲେ ସେଥ୍‌ରେ ବି ଅନେକ୍‌ ଗରିବ୍‌ ଦୁଖି ତାଲିକାରୁ ବାଦ୍‌ ପଡ଼ିଥିଲେ। ଯେନ୍‌ଥିରଲାଗି ଇ ଗରିବ୍‌ ଦୁଖି ପରିବାରମାନେ ଏହେଦେ ଭିନେ ଭିନେ ସରକାରୀ ଯୋଜନାର ଲାଭ୍‌ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଅଁାଝର ପଁଚେତ୍‌ ସାନଗୁର୍ଜିଭଟା ଗଁା ପାଲିପଡ଼ାରେ।
ସୂଚନା ଅନ୍‌ସାରେ ସାନଗୁର୍ଜିଭଟା ପାଲିପଡ଼ାରେ ବହୁତ୍‌ ବଛର ହେଲା ପାଖାପାଖି ୪୦ ଆଦିବାସୀ ପରିବାର ବାସ୍‌ କରୁଛନ୍‌। ପଡ଼ାର ବଡ଼ଭାଗି ଲୋକ୍‌ ନିହାତି ଗରିବ୍‌ ହେଇଥିଲାବେଲେ ହାତ୍‌ଗନତି କେତେ ଲୁକ୍‌କର ଅଲପ ଜମିବାଡ଼ି ଅଛେ। ଯେନ୍‌ମାନକର ଜମିବାଡ଼ି ଅଛେ ସେମାନେ ଚାଷ୍‌ବାସ କରି ଚଲୁଛନ୍‌। ବାକି ପରିବାରମାନେ କୁଲିମଜୁରି କରବାର ସଂଗେ ଅନେକ ସମିଆରେ ବାହାର ରାଏଜ୍‌କେ ଦାଦନ ଯାଇ କୁଟୁମ ପୁଷୁଛନ୍‌। ଏନ୍‌ତା ଅଭାବିଆ ପରିସ୍ଥିତିରେ ଭଲ ଘରଖଁଡ଼େ ତିଆରିବାରଟା ଇ ଗରିବ୍‌ ପରିବାରମାନକର ଲାଗି ସପନ୍‌ ପାଲଟିଛେ। ଇ ପରିବାରମାନେ ମାଏଟ୍‌ ଖପର ଘରଖଁଡ଼େ ଲେଖେଁ କରି କୁଟୁମବସିଆ ମୁଡ଼ ଗୁଁଜିଛନ୍‌। ୨୦୧୧ ସାଲେ ସରକାରୀ କରମ୍‌ଚାରୀମାନେ ଘର ଘର ବୁଲି ଏସ୍‌ଇସିସି ତାଲିକା ତିଆର କରିଥିଲେ। ହେଲେ ଇ ଏସ୍‌ଇସିସି ତାଲିକାରୁ ପଡ଼ାର ୩୪ ନିହାତି ଗରିବ୍‌ ଆଦିବାସୀ ପରିବାର ବାଦ୍‌ ପଡ଼ିଥିଲେ। ଇଆଡ଼େ ଏସ୍‌ଇସିସି ତାଲିକାରେ ନଁା ଥିବାର ପରିବାରକେ ଆବାସ ଯୋଜନାରେ ସାମିଲ କରାଯିବା ବଲି ସରକାରୀ ନିୟମ ରହିଛେ। ଏନ୍‌ତାଥି ଇ ଗରିବ୍‌ ପରିବାରମାନେ ସରକାରକଁର ଆବାସ ଯୋଜନାର ଲାଭ୍‌ ପାଏବାରୁ ବଁଚିତ୍‌ ହେଇଛନ୍‌। ଇ ପରିବାରମାନେ ବାରବାର ସରକାରୀ କରମ୍‌ଚାରୀ, ଜନପରତିନିଧିକୁଁ ତାକର ନଁା କହିଁର ଲାଗି ତାଲିକାରେ ନଁାଇଁନ, କେନ୍‌ଥେଇ ତାଲିକାରେ ସାମିଲ ହେଇପାରବେ ପଚ୍‌ରାଲେ କେହି ଉତର ଫିରେଇ ନାଇଁପାରବାର। ଏନ୍‌ତାଥି ଉପେ ଶୂଇନ୍‌ ଇ ନିରିହ ପାରିବାରମାନେ ନିରାଶ ହେଇଯାଇଛନ୍‌। ଇ ଦିଗେ ରାଏଜ୍‌ ସରକାର ଆର ଜିଲା ପରଶାସନ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ସାଧାରନରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri