ଏସ୍‌ଭିଜିଓଆଇର ସ୍ବାଗତ ସମାରୋହ ଉତ୍ସବ

ଭୁବନେଶ୍ୱର,୨୨।୧୧: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ସ୍ବାମୀ ବିବେକାନନ୍ଦ ଗ୍ରୁପ ଅଫ୍‌ ଇନ୍‌ଷ୍ଟିଚ୍ୟୁଟ (ଏସ୍‌ଭିଜିଓଆଇ)ର ଏମବିଏ, ବିବିଏ, ବିସିଏ ଓ ପିଏମଆଇଆର ବିଭାଗର ବାର୍ଷିକ ସ୍ବାଗତ ସମାରୋହ ଉତ୍ସବ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ଶିକ୍ଷାବିତ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଦାଶରଥି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଷୟିକ ଶିକ୍ଷା ଓ ତା’ର ମାନ ଉପରେ ବିସ୍ତୃତ ମତ ଉପସ୍ଥାପନ କରିଥିଲେ। ସେହିଭଳି ଆଇଜିଆଇଟି ସରାଙ୍ଗର ସଂଯୁକ୍ତ ପ୍ରଫେସର ଧୀରେନ କୁମାର ବେହେରା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶିକ୍ଷାର ବ୍ୟବହାରିକ ଜ୍ଞାନ ବିଷୟରେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଅବଗତ କରାଇଥିଲେ। ସେହିପରି ଉକ୍ତ ସମାରୋହରେ ଅନୁଷ୍ଠାନର ଚେୟାରମ୍ୟାନ ଇଂ. ଆଶିଷ କୁମାର ପାତ୍ର, ଭାଇସ ଚେୟାରପର୍ସନ ଶର୍ମିଷ୍ଠା ଜେନା, ନିର୍ଦ୍ଦେଶକ ସୁବ୍ରତ ଚୌଧୁରୀ, ଅଧ୍ୟକ୍ଷ ପ୍ରଫେସର ଡ. ରମେଶ ଚନ୍ଦ୍ର ରଥ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଚେୟାରମ୍ୟାନ ଶିକ୍ଷାନୁଷ୍ଠାନର ନବାଗତ ଛାତ୍ରୀଛାତ୍ରଙ୍କୁ ଜୀବନର ମାର୍ଗଦର୍ଶନ ଉପରେ କହିଥିଲାବେଳେ ଭାଇସ ଚେୟାରପର୍ସନ ଶିକ୍ଷାର ଶୃଙ୍ଖଳା ଉପରେ ବିସ୍ତୃତ ମତ ଉପସ୍ଥାପନ କରିଥିଲେ। ଅପରପକ୍ଷରେ ଅଧ୍ୟକ୍ଷ କଲେଜର ନୀତିନିୟମ ଓ ଛାତ୍ରୀଛାତ୍ରଙ୍କର କର୍ତ୍ତବ୍ୟ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ପରିଶେଷରେ ନିର୍ଦ୍ଦେଶକ ଧନ୍ୟବାଦ ଜ୍ଞାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ହଇଚଇ! ଇରାନ ଉପରେ ଆକ୍ରମଣ ଯୋଜନା ଲିକ; ଏମାନଙ୍କୁ ଦାୟୀ କଲେ ଟ୍ରମ୍ପ…

ଓ୍ବାଶିଂଟନ,୪।୮: ଘଟଣାକ୍ରମ ପରେ, ଆମେରିକା ପୁଣି ଥରେ ଇରାନ ଉପରେ ଆକ୍ରମଣ ଯୋଜନା ବନ୍ଦ କରିଛି। ଟ୍ରମ୍ପ ଏହି ନିଷ୍ପତ୍ତି ପାଇଁ କାତାର ଏବଂ ୟୁଏଇର ମଧ୍ୟସ୍ଥତା…

ଗମ୍ଭୀର-କୋହଲି ବିବାଦ ଉପରେ ପୂର୍ବତନ ଅମ୍ପାୟାରଙ୍କ ବଡ଼ ବୟାନ, ‘ଏହା ଜରୁରୀ, ନଚେତ୍…’

ନୂଆଦିଲ୍ଲୀ,୪।୮: ପୂର୍ବତନ ଅନ୍ତର୍ଜାତୀୟ ଅମ୍ପାୟାର ଅନିଲ ଚୌଧୁରୀ ବିରାଟ କୋହଲିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ କ୍ରିକେଟ୍‌ର ଆକର୍ଷଣ ଓ ରୋମାଞ୍ଚ…

‘ବିମାନ ବନ୍ଦରରୁ ସିଧା ଫାଶୀ ଖୁଣ୍ଟ…’, ହାସିନାଙ୍କ ବାଂଲାଦେଶ ପ୍ରତ୍ୟାବର୍ତ୍ତନକୁ ନେଇ ମିଳିଲାନି ଧମକ

ଢାକା,୪।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଅଗଷ୍ଟ 2024 ରୁ ଭାରତରେ ରହୁଛନ୍ତି; କ୍ଷମତାରୁ ବହିଷ୍କୃତ ହେବା ପରଠାରୁ ସେ ସେଠାରେ ରହିଛନ୍ତି। ସେ କହିଛନ୍ତି…

ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, କାହାକୁ କେଉଁ ଦାୟିତ୍ବ ଜାଣନ୍ତୁ

ଭୁବନେଶ୍ୱର,୪।୮(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଅଧିକାରୀସ୍ତରରେ ସୋମବାର ଅଦଳବଦଳ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି…

ପ୍ରକୃତିର କୋପ; ବନ୍ୟାରେ ଭାସିଗଲା ୫୪ ବର୍ଷ ପୁରୁଣା ସେତୁ, ୯୦ ଜଣଙ୍କ ମୃତ୍ୟୁ ସହ ୧୦୯ ରାସ୍ତା ବନ୍ଦ

ଶିମଲା,୪।୮: ହିମାଚଳ ପ୍ରଦେଶରେ ଚଳିତ ବର୍ଷା ଋତୁରେ ବର୍ଷା ସମ୍ବନ୍ଧୀୟ ବିଭିନ୍ନ ଘଟଣାରେ ଏପର୍ଯ୍ୟନ୍ତ ୯୦ ଜଣ ପ୍ରାଣ ହରାଇଛନ୍ତି। ଶନିବାର କିନ୍ନୌରରେ ଜାତୀୟ ରାଜପଥ ୫…

ମାଛ ଯାଆଁଳ ନେବାକୁ କହି ଡକାୟତି, ଘରେ ପଶି ଲୁଟିନେଲେ ସୁନା ଗହଣା ସହ ଟଙ୍କା

ଭଦ୍ରକ,୪।୮(ସନାତନ ରାଉତ): ଭଦ୍ରକ ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ଜଗଦଳପୁର ପଞ୍ଚଯାତର ଜୁଡ଼ାଗଡିଆ ଗ୍ରାମରେ ଏକ ବଡ଼ ଧରଣର ଡ଼କାୟତି ହୋଇଛି । ଗ୍ରାମର ନିରଞ୍ଜନ ଶତପଥୀଙ୍କ ଘରକୁ…

ଇମୋଶନାଲ ହେଲେ ହିଟମ୍ୟାନ, କହିଲେ ‘ତୁମେ ଜଣେ ଲିଜେଣ୍ଡ’

ନୂଆଦିଲ୍ଲୀ,୪।୮: ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଟି. ଦିଲୀପଙ୍କୁ ବିଦାୟ ବାର୍ତ୍ତା ଭାଇରାଲ ହୋଇଛି। ଶୁଭଦୀପ ଘୋଷଙ୍କୁ ଏବେ ଦିଲୀପଙ୍କ ସ୍ଥାନରେ ଭାରତର ଫିଲ୍ଡିଂ ପ୍ରଶିକ୍ଷକ…

PM ମୋଦିଙ୍କୁ ଅଭିଜିତଙ୍କ ଚ୍ୟାଲେଞ୍ଜ! ଆପଣ ଡିଗ୍ରୀ ଦେଖାନ୍ତୁ, ମୁଁ ଦେଖାଇବି…

ଛତ୍ରପତି ସମ୍ଭାଜୀନଗର,୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଦି ତାଙ୍କ ଶିକ୍ଷାଗତ ଡିଗ୍ରୀକୁ ସର୍ବସାଧାରଣରେ ଦେଖାନ୍ତି ତେବେ ଆମେରିକାରେ ପଢ଼ିବା ପାଇଁ କକ୍‌ରୋଚ ଜନତା ପାର୍ଟି (ସିଜେପି) ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri