Posted inUncategorized

ଏସ୍‌ଏନ୍‌ସିୟୁରୁ ନବଜାତ ଶିଶୁ ଚୋରି: ୧୨ ଘଣ୍ଟା ପରେ ବୌଦ୍ଧରୁ ଉଦ୍ଧାର

ବଲାଙ୍ଗୀର, ୧୭ା୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପରିସରସ୍ଥ ମାତୃ ଓ ଶିଶୁ ହସ୍ପିଟାଲର ନବଜାତ ଶିଶୁ ସ୍ବତନ୍ତ୍ର ନବଜାତ ଯତ୍ନ ୟୁନିଟ୍‌(ଏସ୍‌ଏନ୍‌ସିୟୁ)ରୁ ଶୁକ୍ରବାର ସକାଳେ ଜଣେ ନବଜାତ ଶିଶୁପୁତ୍ର ଚୋରି ହୋଇଯାଇଥିଲା। ଘଟଣା ଜଣାପଡ଼ିବା ପରେ ହସ୍ପିଟାଲରେ ହଇଚଇ ସୃଷ୍ଟି ହୋଇଥିଲା। ନବଜାତ ଶିଶୁର ଚୋରି ନେଇ ପରିବାର ଲୋକେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦୋଷାରୋପ କରି ଅଭିଯୋଗ କରିଥିଲେ। ଜିଲା ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟମାନେ ଏମ୍‌ସିଏଚ୍‌ କୋଠା ସମ୍ମୁଖରେ ଧାରଣାରେ ବସି ତୁରନ୍ତ ଶିଶୁପୁତ୍ର ଫେରାଇବା ଦାବି କରିଥିଲେ। ଏହାପରେ ହସ୍ପିଟାଲ ସୁପରିଣ୍ଟେଣ୍ଟେଣ୍ଡ ଡା. ମାନସୀ ପଣ୍ଡା ଟାଉନ ଥାନା ପୋଲିସକୁ ଜଣାଇଥିଲେ। ଟାଉନ ପୋଲିସ ଟିମ୍‌ ଶିଶୁଚୋରିର ୧୨ ଘଣ୍ଟା ପରେ ବୌଦ୍ଧ ଜିଲା ଘଣ୍ଟାପଡ଼ା ଥାନା ସାହାଜପିଟା ଗଁାରୁ ସମ୍ପୃକ୍ତ ଶିଶୁପୁତ୍ରକୁ ଉଦ୍ଧାରକରି ରାତି ୯ଟାରେ ଭୀମଭୋଇ ମେଡିକାଲ କଲେଜକୁ ଫେରାଇଛି। ହସ୍ପିଟାଲ ଅଧୀକ୍ଷକ ଡା. ପଣ୍ଡା ଏବଂ ଜିଲା ପୋଲିସ ଟିମ୍‌ ଶିଶୁପୁତ୍ର କିଭଳି ଚୋରିହେଲା ଏବଂ କିଭଳି ଫେରିଲା ସେନେଇ ଗଣମାଧ୍ୟମକୁ କିଛି ବି ତଥ୍ୟ ଦେଇନାହାନ୍ତି। ତେବେ ଜିଲା ଶିଶୁ କଲ୍ୟାଣ ସମିତି ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି।
ମିଳିଥିବା ସୂଚନା ମୁତାବକ, ବୌଦ୍ଧ ଜିଲା କଣ୍ଟାମାଳ ଥାନା ବୁଡିପଦର ଗଁାର ସୁଶୀଳ ସ୍ବାଇଁଙ୍କ ସ୍ତ୍ରୀ ଝୁମ୍‌କି ଶୁକ୍ରବାର ସକାଳ ପ୍ରାୟ ୭ଟାରେ ହସ୍ପିଟାଲ ଏମ୍‌ସିଏଚ୍‌ କୋଠାରେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ଜନ୍ମବେଳେ ଶିଶୁର ଓଜନ କମ୍‌ ଥିବାରୁ ତାଙ୍କୁ ଏସ୍‌ଏନ୍‌ସିୟୁକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ପରିବାରର ଜଣେ ମହିଳା ଶିଶୁକୁ ଏସ୍‌ଏନ୍‌ସିୟୁରେ ନେଇ ଭର୍ତ୍ତି କରିଥିଲେ। ତେବେ ଦିନ ପ୍ରାୟ ୧୨ଟା ବେଳେ ଶିଶୁଟି ସେଠାରୁ କୁଆଡ଼େ ନିଖୋଜ ହୋଇଯାଇଥିବା ଜଣାପଡ଼ିଥିଲା। ପରିବାର ଲୋକେ ଏ ନେଇ ପ୍ରଶ୍ନ କରିବାରୁ ଜଣେ ମହିଳା ଓ ଜଣେ ଯୁବକ ସେଠାରୁ ଶିଶୁପୁତ୍ରକୁ ନେଇଯାଇଥିବା ନର୍ସ ଜଣକ କହିଥିଲେ। ତେବେ ଅଜଣା ଲୋକଙ୍କୁ କିଭଳି ପିଲାକୁ ଦିଆଗଲା ସେନେଇ ହସ୍ପିଟାଲ କର୍ତ୍ତୃପକ୍ଷ କିଛି କହି ନ ଥିଲେ। ଏନେଇ ହସ୍ପିଟାଲ ଅଧୀକ୍ଷକ ଡା. ପଣ୍ଡା କେବଳ ଶିଶୁପୁତ୍ର ଚୋରି ହୋଇଥିବା ପୋଲିସକୁ ଜଣାଇଥିବା କହିଥିଲେ। ପୋଲିସ ତଦନ୍ତରୁ ଜଣେ ଯୁବକ ଓ ଜଣେ ମହିଳା ସମ୍ପୃକ୍ତ ଶିଶୁପୁତ୍ରକୁ ହସ୍ପିଟାଲରୁ ନେଇକରି ଯାଉଥିବା ସିସିଟିଭି ଯାଞ୍ଚରୁ ଜଣାପଡ଼ିଥିଲା।
ମିଳିଥିବା ସୂଚନାରୁ ଯେଉଁ ଦମ୍ପତିଙ୍କଠାରୁ ଶିଶୁପୁତ୍ର ଉଦ୍ଧାର ହୋଇଛି ସେଇ ଯୁବକଙ୍କ ସ୍ତ୍ରୀ ଶୁକ୍ରବାର ଭୀମଭୋଇ ମେଡିକାଲ କଲେଜରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ତେବେ ପୂର୍ବାହ୍ନ ପ୍ରାୟ ୯ଟା ବେଳେ ଶିଶୁକନ୍ୟାକୁ ନ ନେଇ ଶିଶୁପୁତ୍ରକୁ ଚୋରିକରି ନେଇଯାଇଥିବା ହସ୍ପିଟାଲ ଅକ୍ଷୀଧ୍ୟକ ପଣ୍ଡା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BCCI ଆଗରେ ଏମିତି ଡିମାଣ୍ଡ ରଖିଲେ ଅଜିତ ଅଗରକର: ହେବ କି ପୂରଣ

ନୂଆଦିଲ୍ଲୀ,୧୯।୩: ଟି୨୦ ବିଶ୍ୱକପରେ ଭାରତର ବିଜୟ ପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବିସିସିଆଇ ସାମ୍ନାରେ ଏକ ଡିମାଣ୍ଡ ରଖିଛନ୍ତି। ଅଗରକର ୨୦୨୭ ଏକଦିବସୀୟ ବିଶ୍ୱକପ ପର୍ଯ୍ୟନ୍ତ…

କାରଣ କହି ଭାଜପା ଛାଡିଲେ ଜୀବନ ପ୍ରଦୀପ ଦାଶ

ଭୁବନେଶ୍ୱର,୧୩।୧୧: ଭାଜପା ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ଭାଜପାରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରେସମିଟ୍‌ କରି…

ରସୁଲଗଡ଼ରେ ଚାଞ୍ଚଲ୍ୟ: ୟୁଟ୍ୟୁବ ବ୍ଲଗରଙ୍କୁ ଜିଜିପି କଲୋନୀରେ ହତ୍ୟା 

ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ…

୫ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଟପିଲା

ଭୁବନେଶ୍ୱର, ୨୨।୨ (ବନ୍ଦନା ସେଠୀ) : ରାଜ୍ୟରେ ଦିନ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ…

ବିଷାକ୍ତ ଶିଳ୍ପର ଯାତ୍ରା

ମାନବ ସଭ୍ୟତାର ସବୁଠାରୁ ବଡ଼ ଦୁଃଖଦ ଘଟଣା ମଧ୍ୟରୁ ଗୋଟିଏ ହେଉଛି, ଯେତେବେଳେ ଶିଳ୍ପ ଏବଂ ଲାଭ ପାଇଁ ଭୋକ ବୃଦ୍ଧି ପାଇଛି, ସେତେବେଳେ ପ୍ରଥମେ ମାନବ…

ବିଜେଡି କାହାକୁ କରିବ ରାଜ୍ୟ ସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା

ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ…

ଭାରତ-ପାକିସ୍ତାନ ମହାମୁକାବିଲାକୁ ନେଇ ଆସିଲା ବଡ଼ ଅପଡେଟ୍‌: ୨୪ ଘଣ୍ଟା ଭିତରେ…

ନୂଆଦିଲ୍ଲୀ,୯।୨: ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି। କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲାକୁ ନେଇ ଏବେ ବି ଅନିଶ୍ଚିତତା ରହିଛି। ପରିସ୍ଥିତି ସ୍ପଷ୍ଟ କରିବା ପାଇଁ…

ସାମ୍ନାକୁ ଆସିଲା ସୁଇସାଇଡ ନୋଟ: ଆତ୍ମହତ୍ୟା କରିବା ପୂର୍ବରୁ ବାପାଙ୍କୁ ଏମିତି କଥା ଲେଖିଥିଲେ ୩ ଭଉଣୀ

ଗାଜିଆବାଦ,୪।୨: ଉତ୍ତର ପ୍ରଦେଶର ଗାଜିଆବାଦର ଟିଲା ମୋଡ ପୋଲିସ ଷ୍ଟେଶନ ଅଞ୍ଚଳର ଭାରତ ସିଟି ସୋସାଇଟିରେ ଏକ ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ତିନି ଭଉଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri