Posted inଜାତୀୟ

ଏସିପି ବଖାଣିଲେ ଦିଲ୍ଲୀ ହିଂସାର ଲୋମଟାଙ୍କୁରା କାହାଣୀ

ନୂଆଦିଲ୍ଲୀ, ୨୯।୨: ଗତ କିଛି ଦିନ ହେଲା ଦେଶର ରାଜଧାନୀ ଅଶାନ୍ତି ରହିଥିବା ବେଳେ ୫ଦିନ ପରେ ଦିଲ୍ଲୀବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମଳିଛି। ସାମ୍ପ୍ରଦାୟିକ ହିଂସାରେ ପ୍ରାୟ ୪୩ ଜଣଙ୍କର ଜୀବନ ଯାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ଏଥିରେ କେତେକ ପୋଲିସ କର୍ମୀ ଆହତ ହୋଇଥିବା ବେଳେ ଜଣେ ହେଡ୍‌ କନ୍‌ଷ୍ଟେବଳ ଶହୀଦ ହୋଇଛନ୍ତି। ଏହି ସାମ୍ପ୍ରଦାୟିକ ହିଂସା କେତେ ଭୟଙ୍କର ଥିବା ତାହା ଦିଲ୍ଲୀର ଗଳିକନ୍ଦିକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡ଼ୁଛି। ଇତିମଧ୍ୟରେ ଗୋକୁଲପୁରୀର ଏସ୍‌ପି ଆହତ ଅନୁଜ କୁମାର ସେହି ଦିନର ଘଟଣା ବିଷୟରେ ବଖାଣିଛନ୍ତି। ଫେବୃୟାରୀ ୨୪ ସକାଳ ୧୧ଟାରେ ଚାନ୍ଦବାଗ ମଜାରରୁ ୮୦-୧୦୦ ମିଟର ଦୂରରେ ଅନୁଜ, ରତନଲାଲ ଓ ଅନ୍ୟ ପୋଲିସକର୍ମୀ ଡ୍ୟୁଟିରେ ମୁତୟନ ହୋଇଥିଲେ। ୨୩ତାରିଖରେ ବନ୍ଦ ଥିବା ବଜିରାବାଦ ରୋଡକୁ ଖୋଲିବା ପାଇଁ ନିର୍ଦ୍ଦେଶ ରହିଥିଲା। ସେହି ଦିନ ବଜିରାବାଦ ରୋଡରେ ମହିଳାଙ୍କ ସମେତ ଧିରେ ଧିରେ ଲୋକ ଏକତ୍ରିତ ହୋଇଥିଲେ। ତାଙ୍କୁ ପୋଲିସ ବହୁ ବୁଝାସୁଝା କରିଥିଲା। ହେଲେ ବିକ୍ଷୋଭକାରୀ ନିଜ ଜିଦ୍‌ରେ ଅଟଳ ରହିବା ସହ ସର୍ଭିସ ରୋଡ ଅଭିମୂଖେ ଆଗକୁ ବଢ଼ିଥିଲେ। ପୋଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ସେହି ସମୟରେ କିଛି ଗୁଜବ ପ୍ରଚାର ହେବା ପରେ ସେମାନେ ପୋଲିସକର୍ମୀଙ୍କ ଉପରକୁ ପଥର ମାଡ଼ କରିଥିଲେ। ପଥରମାଡ଼ ପରେ ମୁତୟନ ହୋଇଥିବା ଫୋର୍ସ ଚାରିଆଡ଼େ ଖେଳିଯାଇଥିଲେ। ସେହି ସମୟରେ ଅନୁଜ ନିଜେ ସୁରକ୍ଷାକର୍ମୀଙ୍କ ସାମ୍ନାରେ ଥିବା ବେଳେ ତାଙ୍କ ସମ୍ମୁଖରେ ହେଡ୍‌ କନ୍‌ଷ୍ଟେବଳ ରତନଲାଲ ଶହୀଦ ହୋଇଥିଲେ ଓ ଡିସିପି ଅମିତ ଶର୍ମା ରାସ୍ତା ଉପରେ ଅଚେତ ଅବସ୍ଥାରେ ପଡ଼ିରହିଥିଲେ। ବିକ୍ଷୋଭକାରୀ ପ୍ରାର୍ଦୁଭାବ ଏତେ ବଢ଼ିଯାଇଥିଲା ଯେ ସେତେବେଳେ ଆଉ କିଛି ବୁଦ୍ଧିବାଟ ଦେଖାଯାଇ ନ ଥିଲା। ସିଧା ରାସ୍ତାରେ ଯାଇଥିଲେ ସେମାନେ ସମସ୍ତଙ୍କୁ ମାରିଦେଇଥାନ୍ତେ। ତେଣୁ କିଛି ସମୟ ପରେ ଯମୁନା ବିହାର ରାସ୍ତା ଦେଇ ଅମିତଙ୍କୁ ସାଙ୍ଗରେ ଧରି ମୁଖ୍ୟ ରାସ୍ତାକୁ ଯାଇଥିଲେ ବୋଲି ଏସିପି କହିଛନ୍ତି। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ସବୁ ଘଟଣା ଆଜି ବି ଆଖିରେ ନାଚି ଯାଉଛି ଏବଂ ମନେ ପଡ଼ିଲେ ଲୋମଟାଙ୍କୁରି ଯାଉଛି ବୋଲି ଏସିପି ଅନୁଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri