ଏସିଡିଟିର କାରଣ ଚକୋଲେଟ୍‌

ଏବେ ଏସିଡିଟି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଏଥିପାଇଁ ମୁଖ୍ୟତଃ ଆମର ଖାଦ୍ୟଦାୟୀ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଯେଉଁମାନେ ଖାଦ୍ୟରେ ଖଟାଫଳ, ଆଲକୋହଲ, କଫି, ମସଲାଯୁକ୍ତ ଖାଦ୍ୟ, ଚର୍ବି ଜାତୀୟ ଖାଦ୍ୟ ଓ ଚକୋଲେଟ୍‌ ଅଧିକ ପରିମାଣରେ ଖାଇଥାଆନ୍ତି ସେମାନଙ୍କ ନିକଟରେ ଏସିଟିଡିର ପରିମାଣ ଅଧିକ ଦେଖାଯାଇଥାଏ। ବିଶେଷ କରି ଚକୋଲେଟର ସ୍ବାଦ ସମସ୍ତଙ୍କୁ ବେଶ୍‌ ପସନ୍ଦ ଥାଏ। ହେଲେ ଏହାକୁ ଅଧିକ ପରିମାଣରେ ଖାଇଲେ କ୍ଷତିକାରକ। ଚକୋଲେଟ୍‌ରେ କୋକେନ୍‌ ଓ ଥିଓବ୍ରୋମାଇନ ରହିଥିବାରୁ ଏହା ଏସିଡିଟି କରାଇବାରେ ମୁଖ୍ୟ ଭୁମିକା ଗ୍ରହଣ କରିଥାଏ ବୋଲି ଗବେଷକମାନେ କହିଛନ୍ତି।