Categories: ଖେଳ

ଏସିଆନ ୟୁଥ୍‌ ବକ୍ସିଂ: ଭାରତୀୟ ମହିଳାଙ୍କୁ ୫ ସ୍ବର୍ଣ୍ଣ, ପୁରୁଷଙ୍କୁ ୨ ରୌପ୍ୟ

ଉଲାନବାତାର,୧୭।୧୧(ପି.ଟି.): ମଙ୍ଗୋଲିଆର ଉଲାନବାତାରଠାରେ ଚାଲିଥିବା ଏସିଆନ ୟୁଥ ବକ୍ସିଂ ଚାମ୍ପିୟନଶିପ୍‌ରେ ଭାରତୀୟ ବକ୍ସରମାନେ ଦମ୍‌ଦାର ପ୍ରଦର୍ଶନ କରି ଏକାଧିକ ପଦକ ହାସଲ କରିଛନ୍ତି। ଭାରତୀୟ ମହିଳା ବକ୍ସରମାନେ ୫ଟି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ପୁରୁଷ ବକ୍ସର ୨ଟି ରୌପ୍ୟ ପଦକ ଜିତିଛନ୍ତି।
୫୧ କେ.ଜି. ବର୍ଗରେ ନାଓରେମ ଚାନୁ, ୬୪ କେ.ଜି. ବର୍ଗରେ ଭିନ୍‌କା, ୭୫ କେ.ଜି. ବର୍ଗରେ ସାନାମାଚା ଚାନୁ, ୫୪ କେ.ଜି.ରେ ପୁନମ ଓ ୮୧ କେ.ଜି.ରେ ସୁଷମା ସ୍ବର୍ଣ୍ଣ ପଦକ ହାସଲ କରିଛ ଭାରତ ପାଇଁ କ୍ଲିନ୍‌ ସୁଇପ୍‌ କରିଛନ୍ତି। ଅନ୍ୟପଟେ ପୁରୁଷ ବର୍ଗରେ ସଲେ ସାଏ ୪୯ କେ.ଜି. ବର୍ଗରେ ଓ ଅଙ୍କିତ୍‌ ନରଓ୍ବାଲ ୬୦ କେ.ଜି. ବର୍ଗରେ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଛନ୍ତି। ଭାରତ ଏହି ଟୁର୍ନାମେଣ୍ଟରେ ମୋଟ ଉପରେ ୧୨ଟି ପଦକ ହାସଲ କରିଛି। ଅନ୍ୟମାନଙ୍କ ମଧ୍ୟରେ ଅରୁନ୍ଧୋତି ଚୌଧୁରୀ ୬୯ କେ.ଜି., କୋମଲପ୍ରୀତ କୌର + ୮୧ କେ.ଜି. ବର୍ଗରେ ଜୟସ୍‌ମିନ୍‌ ୫୭ କେ.ଜି. ବର୍ଗରେ, ସତେନ୍ଦର ସିଂ ୯୧ କେ.ଜ, ଓ ଅମନ + ୦୯୧ କେ.ଜି.ରେ ବ୍ରୋଞ୍ଜ ପଦକ ଜିତିଛନ୍ତି।
ପୁରୁଷ ବର୍ଗରେ ସଏ ଫାଇନାଲରେ କାଜାଖସ୍ଥାନର ବାଜାରବେ ଉଲୁ ମୁଖାମେଡସାୟଫିଙ୍କଠାରୁ ପରାସ୍ତ ହୋଇଥିଲେ। ସେହିପରି ଜାପାନର ରେଇଟୋ ସୁଟସୁମଙ୍କଠାରୁ ପରାସ୍ତ ହୋଇ ନରଓ୍ବାଲ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ। ମହିଳା ବର୍ଗରେ ପୁନମ ଚାଇନାର ଓ୍ବେଇକି କାଇଙ୍କୁ ଫାଇନାଲରେ ହରାଇ ଭାରତ ପ୍ରଥମ ସ୍ବର୍ଣ୍ଣ ଜିତିଥିଲେ। ଏହପରେ ସୁଷମା କାଜାଖସ୍ଥାନର ବାକିଝାନକିଜ୍‌ଙ୍କୁ ହରାଇ ଦ୍ୱିତୀୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ନାଓରେମ ଚାନୁ କଜାଖସ୍ଥାନର ଅନେଲ ବାରକ୍ୟାଙ୍କୁ, ଭିନ୍‌କା ଚାଇନାର ହାଇନି ନୁଲାଟଶଇଆଲିଙ୍କୁ ଓ ସାନାମାଚୁ ଚାନୁ ଉଜବେକିସ୍ତାନର ନାଭବାଖୋର ଖାମିଡୋଭାଙ୍କୁ ଫାଇନାଲରେ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।

Share