Categories: ଖେଳ

ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌: ଆଶୁ ଜିତିଲେ ବ୍ରୋଞ୍ଜ

ନୂଆଦିଲ୍ଲୀ, ୧୯।୨ (ପି.ଟି.):ଏଠାରେ ଅନୁଷ୍ଠିତ ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌ର ୨ୟ ଦିନରେ ବୁଧବାର ଭାରତୀୟ ରେସଲର୍‌ ଆଶୁଙ୍କୁ ବ୍ରୋଞ୍ଜ ପଦକ ସଫଳତା ମିଳିଛି। ୬୭ କିଗ୍ରା ଗ୍ରୀକୋ-ରୋମାନ ବର୍ଗରେ ସିରିୟାର ଅବଦୁଲକରିମ ମହମ୍ମଦଙ୍କୁ ପରାସ୍ତ କରି ଆଉ ବ୍ରୋଞ୍ଜ ପଦକ ଜିତିଛନ୍ତି। ଚଳିତ ଚାମ୍ପିୟନଶିପ୍‌ରେ ଭାରତର ଏହା ୩ୟ ପଦକ। ଏଥିପୂର୍ବରୁ ପ୍ରଥମ ଦିବସରେ ସୁନୀଲ କୁମାର (୮୭ କିଗ୍ରା) ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ଅର୍ଜୁନ କାଲାକୁର୍କୀ (୫୫ କିଗ୍ରା)ଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

Share