ଏସିଆନ୍‌ କୋଚ୍‌ ଭାବେ ଏହେସାସ ହୋତାଙ୍କ ସଫଳତା

ବୀରମହାରାଜପୁର, ୧୦।୬ (ଡି.ଏନ୍‌.ଏ): ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରର କ୍ରୀଡ଼ା କ୍ଷେତ୍ରରେ ଲଗାତର ପାରଦର୍ଶିତା ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିବା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରର ଯୁବ କ୍ରୀଡାବିତ୍‌ ଏହେସାସ ହୋତାଙ୍କୁ ଆଉ ଏକ ସଫଳତା ମିଳିଛି। ଏଥର ଜଣେ ଶ୍ରେଷ୍ଠ କୋଚ୍‌ ଭାବେ ସଫଳତା ପାଇଛନ୍ତି। ବିଶ୍ୱ ଟାଏକୋଣ୍ଡୋ ଏସିଆ ପକ୍ଷରୁ ହାଇଦ୍ରାବାଦଠାରେ ଅନୁଷ୍ଠିତ ପରୀକ୍ଷାରେ ଏହି ଟାଏକୋଣ୍ଡୋ କ୍ରୀଡାବିତ୍‌ ତଥା କୋଚ୍‌ ଏହେସାସ ଭାରତର ସବୁଠୁ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ଏ ନେଇ ରବିବାର ବିଶ୍ୱ ଟାଏକୋଣ୍ଡୋ ଏସିଆ ପକ୍ଷରୁ କୋଟାଲା ବିଜୟ ଭାସ୍କର ରେଡ୍ଡୀ ଷ୍ଟାଡିୟମ୍‌, ହାଇଦ୍ରାବଦରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉସତ୍ବରେ ତାଙ୍କୁ ସାର୍ଟିଫିକେଟ ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଛି। ଏହେସାସ ଏବେ ଯୁକ୍ତ ୩ ତୃତୀୟ ବର୍ଷ ବିଜ୍ଞାନର ଛାତ୍ର ଥିବାବେଳେ ସାରା ଭାରତରେ ସର୍ବକନିଷ୍ଠ କୋଚ୍‌ଭାବେ ପରିଗଣିତ ହୋଇଛନ୍ତିି ା ତାଙ୍କର ଏହି ସଫଳତା ପାଇଁ ରାଜ୍ୟ ଟାଏକୋଣ୍ଡୋ ସଂଘର ସମ୍ପାଦକ ମନମୋହନ ଭଞ୍ଜ ଏବଂ ଜିଲା ଟାଏକୋଣ୍ଡୋ ସଂଘର ସଭାପତି ରବୀନ୍ଦ୍ର ହୋତା ଶୁଭେଚ୍ଛା ଜଣାଇଛନ୍ତି।

Share