Categories: ଖେଳ

ଏସିଆନ୍‌ ଉଷୁ ଚାମ୍ପିୟନଶିପ୍‌ :ବବଲୁ ମୁଣ୍ଡାଙ୍କୁ ରୌପ୍ୟ ପଦକ

ଯୋଡ଼ା/କେନ୍ଦୁଝର୨୪।୮(ଡି.ଏନ.ଏ.)- ବ୍ରୁନେଇଠାରେ ଅନୁଷ୍ଠିତ ୧୦ମ ଜୁନିୟର ଉଷୁ ଚାମ୍ପିୟନଶିିପ୍‌ରେ କେନ୍ଦୁଝର ଜିଲା ଯୋଡା ବ୍ଲକ ଅନ୍ତର୍ଗତ ସିଆଳିଯୋଡା ଗ୍ରାମର ବବଲୁ ମୁଣ୍ଡା ରୌପ୍ୟ ପଦକ ଜିତି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି। ଗତ ୧୬ ରୁ ୨୪ ପର୍ଯ୍ୟନ୍ତ ଆୟୋଜିତ ଏହି ଆନ୍ତର୍ଜାତୀୟ ପ୍ରତିଯୋଗିତାର ୪୫ କେଜି ବର୍ଗରେ ସେ ଏହି ପଦକ ହାସଲ କରିଛନ୍ତି।
ସେମିଫାଇନାଲରେ ବବଲୁ ଭିଏତନାମ୍‌ ପ୍ରତିଯୋଗୀଙ୍କ ସହିତ କଡା ମୁକାବିଲା କରି ଫାଇନାଲରେ ପ୍ରବେଶ କରିଥିଲେ ା ଫାଇନାଲ୍‌ରେ ଉଚ୍ଚକୋଟ୍ଟୀର କୌଶଳ ପ୍ରଦର୍ଶନ ସତ୍ତ୍ୱେ ବବଲୁ ଇରାନ୍‌ ପ୍ରତିଯୋଗୀଙ୍କଠାରୁ ହାରିଯାଇଥିଲେ ା ବବଲୁ ୨ୟ ସ୍ଥାନରେ ରହି ହାସଲ କରିଥିବା ରୌପ୍ୟ ପଦକ ତାଙ୍କର ଦ୍ୱିତୀୟ ଆନ୍ତର୍ଜାତିକ ପଦକ ା ଏଥିପୂର୍ବରୁ ୨୦୧୮ ଜୁଲାଇରେ ବ୍ରାଜିଲଠାରେ ଅନୁଷ୍ଠିତ ୭ମ ବିଶ୍ୱ ଉଷୁ ପ୍ରତିଯୋଗିତାରେ ସେ ରୌପ୍ୟ ପଦକ ହାସଲ କରିଥିଲେ ା
ବ୍ରୁନେଇଠାରେ ଅନୁଷ୍ଠିତ ଉଷୁ ଚାମ୍ପିୟନଶିିପ୍‌ରେ ୧୬ ଦେଶରୁ ୩୯୮ ପ୍ରତିଯୋଗୀ ଭାଗ ନେଇଥିଲେ। ଏକମାତ୍ର ଓଡିଆ ଭାବେ ବବଲୁ ୨୨ ଜଣିଆ ଭାରତୀୟ ଦଳରେ ସାମିଲ ହୋଇଥିଲେ ା ବବଲୁଙ୍କର ଏହି ସଫଳତା ପାଇଁ ତାଙ୍କ ପ୍ରଶିକ୍ଷକ ପଙ୍କଜ ମହାନ୍ତ, ଓଡିଶା ଉଷୁ ଆସୋସିଏଶନ, ଭାରତୀୟ ଉଷୁ ଆସୋସିଏଶନ, କେନ୍ଦୁଝର ଜିଲା ଉଷୁ ଆସୋସିଏସଶନ ଓ ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ ଶୁଭେଛା ଜ୍ଞାପନ କରାଯାଇଛି। ଏଥିସହିତ ଜେଏସପିଏଲ ଫାଉଣ୍ଡେଶନର ସହ ଅଧ୍ୟକ୍ଷା ଶାଲୁ ଜିନ୍ଦଲ ବବଲୁଙ୍କୁ ଶୁଭେଛା ଜଣାଇ ଗ୍ରାମୀଣ ଅଞ୍ଚଳରେ ଥିବା ଏଭଳି ପ୍ରତିଭା ଖେଳାଳିଙ୍କୁ ଆଗକୁ ନେଇ ବିଶ୍ୱସ୍ତରରେ ପହଞ୍ଚାଇବା ଲାଗି ଜେଏସପିଏଲ ଫାଉଣ୍ଡେଶନ ସବୁ ପ୍ରକାର ସହଯୋଗ ଓ ସୁବିଧା ଯୋଗାଇ ଦେବ ବୋଲି କହିଛନ୍ତି।

Share