Categories: ଫୁରସତ

ଏସବୁ ୫ ରାଶି ବ୍ୟକ୍ତିଙ୍କ ପାଇଁ ୨୦୨୦ ଆଣିଦେବ ସୌଭାଗ୍ୟ…

୨୦୨୦ରେ କେତେକ ରାଶିର ବ୍ୟକ୍ତିଙ୍କୁ ବ୍ୟବସାୟରେ ମିଳିବ ସଫଳତା। କେଉଁ କେଉଁ ରାଶି ପାଇଁ ନୂଆବର୍ଷ ଶୁଭ ଫଳ ଆଣିଦେବ ସେ ବିଷୟରେ ଆସନ୍ତୁ ଜାଣିବା…

ବୃଷ: ବୃଷ ରାଶି ବ୍ୟକ୍ତିଙ୍କ ପାଇଁ ନୂଆ ବର୍ଷ ୨୦୨୦ ବେଶ୍‌ ଭଲ ସାବ୍ୟସ୍ତ ହେବ। ବ୍ୟବସାୟରେ ଅନେକ ଗୁଣା ବୃଦ୍ଧି ହେବା ସହିତ ନୂଆ ଋଣ ଯୋଜନା ସଫଳ ହେବ। ଯୋଜନାବଦ୍ଧ କାରବାର ସେମାନଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇବ । ନୂଆ ବ୍ୟବସାୟ ଆରମ୍ଭ କରିବାର ଯୋଜନା ମଧ୍ୟ ସଫଳ ହେବ।

ସିଂହ: ବ୍ୟବସାୟରେ ଲାଗି ରହିଥିବା ସମସ୍ୟାର ସମାଧାନ ୨୦୨୦ରେ ହେବା ସହିତ ଲାଭର ମାତ୍ରା ବୃଦ୍ଧି ପାଇବ। କପଡ଼ା କାରବାର ସହିତ ସମ୍ପୃକ୍ତ ଥିବା ସିଂହ ରାଶିର ବ୍ୟବସାୟୀ ବେଶ୍‌ ସଫଳ ରହିବେ। ବ୍ୟବସାୟ ବୃଦ୍ଧି ପାଇଁ କରିଥିବା ନୂତନ ଯୋଜନା ସଫଳ ରହିବ। ବ୍ୟାଙ୍କରୁ ସହଜରେ ଋଣ ମିଳିପାରିବ

କନ୍ୟା: ଏହି ରାଶିର ଲୋକମାନେ ନୂଆ ବର୍ଷ ୨୦୨୦ରେ ନିଜର କାରବାର ବୃଦ୍ଧି କରିବାର ସୁଯୋଗ ଲାଭ କରିବେ। ବଡ଼ ବ୍ୟବସାୟୀକ ଚୁକ୍ତିର ସୁଯୋଗ ମିଳିବ। ଟେଲିକମ୍‌ ତଥା ଟେଲିକମ୍ୟୁନିକେସନ୍‌ କ୍ଷେତ୍ରରେ କାର୍ଯ୍ୟ କରୁଥିବା କନ୍ୟା ରାଶିର ବ୍ୟବସାୟୀ ନୂଆବର୍ଷରେ ବେଶ୍‌ ସଫଳ ରହିବେ।

ଧନୁ: ନୂଆବର୍ଷ ୨୦୨୦ରେ ଧନୁ ରାଶି ବ୍ୟକ୍ତି ନୂଆ ପ୍ରୋଜେକ୍ଟ ଆରମ୍ଭର ଅବସର ପାଇବେ। କାରବାରରେ ଶତ ପ୍ରତିଶତ ସଫଳତା ମିଳିବା ସହିତ ନୂତନ ଯୋଜନା ଫଳବତୀ ହେବ। ରିୟଲ ଇଷ୍ଟେଟ୍‌ରେ ନିବେଶ କରିବାର ସୁଯୋଗ ମିଳିବ।

ମକର: ମକର ରାଶିର ବ୍ୟକ୍ତିଙ୍କ ପାଇଁ ୨୦୨୦ ବହୁତ ଶୁଭଦାୟକ ସାବ୍ୟସ୍ତ ହେବା ସହିତ ହେବ ବ୍ୟବସାୟ କ୍ଷେତ୍ରରେ ବେଶ୍‌ ସୌଭାଗ୍ୟଶାଳୀ ସାବ୍ୟସ୍ତ ହେବ । ଭାଗୀଦାରୀ ବ୍ୟବସାୟରେ ସଫଳତା ମିଳିବା ସହିତ ଜମିଜମା କ୍ଷେତ୍ରରେ ସୁଫଳ ମିଳିବ। ଲୁହା ତଥା ତରଳ ପଦାର୍ଥର କାରବାରରେ ସଫଳତା ମିଳିବ।

Share