ଏସବୁ କାରଣ ଲାଗି ଖରାପ ହୋଇଥାଏ କିଡ୍‌ନୀ

କିଡ୍‌ନୀ ଖରାପ ହେବାର ଅନେକ କାରଣ ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି। ତେବେ କେଉଁ କାରଣରୁ କିଡ୍‌ନୀ ଖରାପ ହୋଇଥାଏ ସେ ସମ୍ପର୍କରେ ଜାଣନ୍ତୁ…

– ଅଧିକ ମାତ୍ରାରେ ଲୁଣ ଖାଇଲେ କିଡ୍‌ନୀ ଉପରେ ପ୍ରଭାବ ପକାଇଥାଏ।

– ଠିକ୍‌ ମାତ୍ରାରେ ପାଣି ନ ପିଇଲେ କିଡ୍‌ନୀ ଖରାପ ହୋଇଥାଏ। ଜଣେ ବ୍ୟକ୍ତି ଦିନକୁ ୬/୮ ଲିଟିର ପାଣି ପିଇବା ଉଚିତ୍‌। କାରଣ ଆମ ଶରୀର ୭୫ ପ୍ରତିଶତ ପାଣି ଆବଶ୍ୟକ କରେ।

– ପରିସ୍ରା ଲାଗୁଥିଲେ ଏହାକୁ ନ ଅଟକାଇ ସଙ୍ଗେ ସଙ୍ଗେ ଯିବା ଉଚିତ୍‌। ନଚେତ୍‌ ଏହା କିଡ୍‌ନୀ ଉପରେ ପ୍ରଭାବ ପକାଇଥାଏ।

– ଡାଇବେଟିସ୍‌ ଏବଂ ରକ୍ତଚାପ ଥିଲେ କିଡ୍‌ନୀ ଫେଲ୍‌ ହେବାର ଯଥେଷ୍ଟ ସମ୍ଭାବନା ଥାଏ।

– ବିଭିନ୍ନ ପ୍ରକାର ଔଷଧ ଖାଉଥିଲେ ଏହାର କୁପ୍ରଭାବ କିଡ୍‌ନୀ ଉପରେ ପଡ଼ିଥାଏ।