ଏସବୁ ଅଭିନେତ୍ରୀ ଡିଭର୍ସିଙ୍କୁ କରିଛନ୍ତି ବିବାହ

ଏସବୁ ଅଭିନେତ୍ରୀ ଡିଭର୍ସିଙ୍କୁ କରିଛନ୍ତି ବିବାହ
ବଲିଉଡ୍‌ର କିଛି ନାମୀଦାମୀ ଅଭିନେତ୍ରୀ ଡିଭର୍ସିଙ୍କ ହାତ ଧରିଛନ୍ତି। ଜାଣନ୍ତୁ ସେମାନଙ୍କ ସମ୍ପର୍କରେ…
କରୀନା କପୁର:


କରୀନା କପୁର ସୈଫ ଅଲ୍ଲୀ ଖାଁଙ୍କୁ ବିବାହ କରିଛନ୍ତି। ଏହା ପୂର୍ବରୁ ସୈଫ୍‌ ଅଭିନେତ୍ରୀ ଅମ୍ରିତା ସିଂଙ୍କୁ ବିବାହ କରିଥିଲେ। ୧୩ ବର୍ଷ ପରେ ସେମାନଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା। ତାଙ୍କର ପୁଅ ଇବ୍ରାହିମ୍‌ ଏବଂ ଝିଅ ସାରା ଅଛନ୍ତି।

ବିଦ୍ୟା ବାଲାନ୍‌:


ଅଭିନେତ୍ରୀ ବିଦ୍ୟା ବାଲାନ୍‌ ୟୁଟିଭି ସିଇଓ ସିଦ୍ଧାର୍ଥ ରୟ କପୁରଙ୍କୁ ବିବାହ କରିଛନ୍ତି। ଏହା ପୂର୍ବରୁ ସିଦ୍ଧାର୍ଥ ଦୁଇ ଜଣଙ୍କୁ ଛାଡ଼ପତ୍ର ଦେଇସାରିଥିଲେ। ବିଦ୍ୟା ସାହିଦ୍‌ଙ୍କୁ ପ୍ରେମ କରିଥିଲେ ହେଁ ସିଦ୍ଧାର୍ଥଙ୍କୁ ୧୪ ଡିସେମ୍ବର ୨୦୧୨ରେ ବିବାହ କରିଥିଲେ।

ଶିଳ୍ପା ସେଟ୍ଟୀ:


ଶିଳ୍ପା ସେଟ୍ଟୀ ରାଜ କୁନ୍ଦ୍ରାଙ୍କ ସହ ୨ ବର୍ଷ ରିଲେସନଶିପ୍‌ରେ ରହିବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହା ପୂର୍ବରୁ ରାଜ୍‌ ପ୍ରଥମ ସ୍ତ୍ରୀ କବିତାଙ୍କୁ ଛାଡ଼ପତ୍ର ଦେଇସାରିଥିଲେ। ଶିଳ୍ପା ଏବଂ ରାଜ୍‌ଙ୍କୁ ସୁନ୍ଦର ଯୋଡ଼ି ଭାବେ ସମସ୍ତେ ଗ୍ରହଣ କରନ୍ତି। ତାଙ୍କର ଭିୟାନ୍‌ ନାମରେ ଏକ ପୁଅ ଅଛି।

ରାଣୀ ମୁଖାର୍ଜୀ:


ରାଣୀ ମୁଖାର୍ଜୀ ଆଦିତ୍ୟ ଚୋପ୍ରାଙ୍କ ରିଲେସନଶିପ୍‌ ବଲିଉଡ୍‌ରେ ଚର୍ଚ୍ଚାର ବିଷୟ ସାଜିଥିଲା। ବେଶ୍‌ କିଛିଦିନ ଧରି ପ୍ରେମ ଚାଲିବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ଯୋଡ଼ି। କିନ୍ତୁ ଏହା ପୂର୍ବରୁ ଆଦିତ୍ୟ ବିବାହ କରିଥିବା ତାଙ୍କର ପିଲାଦିନର ସାଙ୍ଗ ପାୟଲ ଖାଁଙ୍କୁ ଛାଡ଼ପତ୍ର ଦେଇ ସାରିଥିଲେ।
ସେହିପରି ଲାରା ଦତ୍ତ, କରିସ୍ମା କପୁର, ମହିମା ଚୌଧୁରୀ, ଶ୍ରୀଦେବୀ ମଧ୍ୟ ଡିଭର୍ସିଙ୍କୁ ବିବାହ କରିଛନ୍ତି।

Share