Categories: ବାଣିଜ୍ୟ

ଏଲ୍‌ପିଜି ସିଲିଣ୍ଡର ୧୪୪.୫ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ,୧୩ା୨: ରନ୍ଧନ ଗ୍ୟାସ ଏଲ୍‌ପିଜି ମୂଲ୍ୟରେ ବୁଧବାର ୧୪୪.୫ ଟଙ୍କା ବୃଦ୍ଧି ଘଟିଛି। ଅନ୍ତର୍ଜାତୀୟ ବଜାରରେ ଦରବୃଦ୍ଧି ଯୋଗୁ ଦେଶରେ ଏହାର ପ୍ରଭାବ ଦେଖାଯାଇଛି। ପୂର୍ବରୁ ୧୪.୨ ଲିଟର ବିଶିଷ୍ଟ ସିଲିଣ୍ଡରର ମୂଲ୍ୟ ୭୧୪ ଟଙ୍କା ପଡୁଥିବାବେଳେ ଏହା ବର୍ତ୍ତମାନ ୮୫୮.୫୦ ଟଙ୍କା ଛୁଇଁଥିବା ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ପକ୍ଷରୁ ସୂଚନା ମିଳିଛି। ୨୦୧୪ ପରଠାରୁ ଏହା ସର୍ବୋଚ୍ଚ ସ୍ତରର ଅଭିବୃଦ୍ଧି ବୋଲି କୁହାଯାଉଛି। ୨୦୧୪ରେ ଏଲ୍‌ପିଜିର ସିଲିଣ୍ଡର ପିଛା ମୂଲ୍ୟ ୨୨୦ ଟଙ୍କା ବଢି ୧୨୪୧ ଟଙ୍କା ଛୁଇଁଥିଲା। ଏଲ୍‌ପିଜି ଉପଭୋକ୍ତାଙ୍କୁ ସିଲିଣ୍ଡର ପିଛା ସରକାର ପ୍ରଦାନ କରୁଥିବା ସବ୍‌ସିଡି ୧୫୩.୮୬ ଟଙ୍କାରୁ ୨୯୧.୪୮ ଟଙ୍କାକୁ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ସବ୍‌ସିଡି ୧୭୪.୮୬ ଟଙ୍କାରୁ ୩୧୨.୪୮ ଟଙ୍କାକୁ ବଢିଛି। ସବ୍‌ସିଡି ବାଦ ଲୋକମାନେ ସିଲିଣ୍ଡର ପିଛା ଏଲ୍‌ପିଜି ଲାଗି ୫୬୭.୦୨ ଟଙ୍କା ଏବଂ ଉଜ୍ଜ୍ୱଳା ଯୋଜନା ହିତାଧିକାରୀମାନେ ୫୪୬.୦୨ ଟଙ୍କା ଦେବେ। ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଏଲ୍‌ପିଜି ସିଲିଣ୍ଡର ପିଛା ମୂଲ୍ୟ ୧୪୮.୫୦ ଟଙ୍କା ବଢି ୭୪୬.୫୦ ଟଙ୍କାରୁ ୮୯୫ ଟଙ୍କା ଛୁଇଁଥିବା ରାଷ୍ଟ୍ରାୟତ୍ତ ଇଣ୍ଡିଆନ ଅଏଲ୍‌ ପକ୍ଷରୁ ସୂଚନା ଦିଆଯାଇଛି।

Share