Posted inଖେଳ

ଏଲ୍‌ଓସିରେ ଗୋଡ଼ ହରାଇଥିବା ଯବାନ ଜିତିଲେ ଟ୍ରିପଲ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୩୦।୧୦- ଭାରତୀୟ ସେନାରେ କାର୍ଯ୍ୟ କରୁଥିବାବେଳେ ଏକ ବିସ୍ଫୋରଣରେ ବାମଗୋଡ଼ ହରାଇଥିଲେ। ଏହା ତାଙ୍କୁ ଦେଇଥିଲା ନୂଆ ଜୀବନ। ଗୋଟିଏ ଗୋଡ଼ ନ ଥିବା ସତ୍ତ୍ୱେ ସେ ଗୋଟିଏ ନୁହେଁ କି ଦୁଇଟି ନୁହେଁ ଏକାଥରେ ୩ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ନିକଟରେ ଚାଇନାର ଉହାନଠାରେ ଅନୁଷ୍ଠିତ ବିଶ୍ୱ ମିଲିଟାରୀ କ୍ରୀଡ଼ାରେ ୩୨ ବର୍ଷୀୟ ଆନାନ୍ଦାନ ଗୁଣଶେକରାନ ୧୦୦ ମିଟର, ୨୦୦ ମି. ଓ ୩୦୦ ମି. ଦୌଡ଼ରେ ଶୀର୍ଷ ସଫଳତା ପାଇଥିଲେ। ଏଭଳି ସଫଳତା ବଳରେ ସେ ଟୋକିଓ ପାରା ଅଲିମ୍ପିକ୍ସ ଯୋଗ୍ୟତା ନିକଟତର ହୋଇପାରିଛନ୍ତି। ଅବଶ୍ୟ ଯୋଗ୍ୟତା ନିୟମରେ ପରିବର୍ତ୍ତନ ହୋଇଛି। ଏବେ ର଼୍ୟାଙ୍କିଙ୍ଗ୍‌କୁ ଭିତ୍ତିକରି ଯୋଗ୍ୟତା ପ୍ରଦାନ କରାଯାଉଛି। ଅନ୍ତିମ ଟ୍ରାଏଲ ଆସନ୍ତା ମେ’ରେ ଅଛି। ମୋତେ ବିଶ୍ୱର ଟପ୍‌ ୫ରେ ପ୍ରବେଶ କରିବାର ଅଛି। ଯୋଗ୍ୟତା ହାସଲ କରିବା ନେଇ ମୁଁ ନିଶ୍ଚିତ ବୋଲି ତାମିଲନାଡୁର କୁମବାକନାମ ଅଞ୍ଚଳର ବାସିନ୍ଦା ଗୁଣଶେକରାନ କହିଛନ୍ତି। ତାଙ୍କୁ ୨୦୦୮ ଜାନୁୟାରୀରେ ଲାଇନ୍‌ ଅଫ୍‌ କଣ୍ଟ୍ରୋଲ (ଏଲ୍‌ଓସି)ରେ ନିଯୁକ୍ତ କରାଯାଇଥିଲା। ୫ ମାସ ପରେ ଜୁନ୍‌ ୪ ତାରିଖରେ ବର୍ଡର ନିକଟରେ ରୁଟିନ ଚେକ୍‌ଅପ୍‌ କରୁଥିଲେ। ସେଠାରେ ବରଫରେ ଲୁଚାଯାଇଥିବା ବିସ୍ଫୋରକ ଉପରେ ସେ ଚଢ଼ିଯାଇଥିଲେ। ଏହା ବିସ୍ଫୋରଣ ହେବା ଫଳରେ ସେ ବାମଗୋଡ଼ ହରାଇଥିଲେ। ଏହି ଘଟଣାର ପ୍ରାୟ ଏକ ବର୍ଷ ପରେ ଏକ ମାଗାଜିନ ପଢ଼ୁଥିବାବେଳେ ବହୁ ସ୍ବର୍ଣ୍ଣପଦକ ବିଜେତା ପାରା ଅଲିମ୍ପିଆନ ଓସ୍କାର ପିଷ୍ଟ୍ରିଅସଙ୍କ ବିଷୟରେ ପଢ଼ି ତାଙ୍କ ଭଳି ହେବାକୁ ଇଚ୍ଛା ପ୍ରକଟ କରିଥିଲେ। ବାମ ଗୋଡ଼ ସ୍ଥାନରେ ମୁଁ କାଠଗୋଡ଼ ବ୍ୟବହାର କରୁଥିଲି, ଯାହାକି ଆଣ୍ଠୁ ପର୍ଯ୍ୟନ୍ତ କଟାଯାଇଥିଲା। ମୁଁ ଅଭ୍ୟାସ ବେଳେ ବହୁତ ଥର ପଡ଼ିଛି। କିନ୍ତୁ ଏହା ମୋର ନୂଆ ଜୀବନ ଥିଲା। ଯେଉଁ ଲୋକମାନେ ମୋତେ ଚିହ୍ନି ନ ଥିଲେ, ସେମାନେ ମୋର ଅଭ୍ୟାସ ଦେଖି ମୋତେ ପାଗଳ ଭାବୁଥିଲେ। ମୋତେ ପରିବାରରୁ ସମର୍ଥନ ମଧ୍ୟ ମିଳି ନ ଥିଲା। କାରଣ ଏ ସମ୍ପର୍କରେ ମୁଁ ଘରେ ସତ କହି ନ ଥିଲି। ୨୦୧୪ରେ ମୋତେ ଆର୍ମିର ସମର୍ଥନ ଓ ବ୍ଲେଡ୍‌ ମିଳିଥିଲା। ମୁଁ ମୋ ନାଁ କରିବାକୁ ଚାହୁଁଥିଲି। ଭାବୁଛି, ଲୋକମାନେ ମୋତେ ଏବେ ଚିହ୍ନ ପାରିବେ ବୋଲି ଗୁଣଶେକରନ କହିଛନ୍ତି। ସେ ୨୦୧୪ ପ୍ରଥମ ଅନ୍ତର୍ଜାତୀୟ ଗ୍ରାଁ ପ୍ରିରେ ଭାଗ ନେଇଥିଲେ। ସେଠାରେ ୨୦୦ ମି. ଦୌଡ଼ରେ ସ୍ବର୍ଣ୍ଣ ଓ ୧୦୦ ମି.ରେ ରୌପ୍ୟ ପାଇଥିଲେ। ଆଉ ଏବେ ସେ ୩ ଟାଇଟଲ ଜିତିଛନ୍ତି। ସେ ଏବେ ପୁଣେସ୍ଥିତ ଆର୍ମି ସ୍ପୋଟର୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ଠାରେ ଟ୍ରେନିଂ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri