ଏଯାବତ୍‌ ସଫଳତାର ସହ କ୍ୱାରାଣ୍ଟାଇନ୍‌ ସାରି ଘରକୁ ଫେରିଛନ୍ତି ୧ ଲକ୍ଷ ଲୋକ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୬।୫(ବ୍ୟୁରୋ): ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଚାୟତସ୍ତରରେ କ୍ୱାରାଣ୍ଟାଇନ୍‌ ସେଣ୍ଟରର ସୁରକ୍ଷା କଡ଼ାକଡ଼ି କରାଯାଇଛି। ପ୍ରବାସୀ ଆସିଲେ ନୂଆ ଗାଇଡ୍‌ଲାଇନ୍‌ରେ ୭ ଦିନ କ୍ୱାରାଣ୍ଟାଇନ୍‌ରେ ରଖାଯାଉଛି। ଲକ୍ଷଣ ଦେଖାଗଲେ ୭ ଦିନରୁ ଅଧିକ ବଢ଼ାଇବାକୁ ସରପଞ୍ଚଙ୍କୁ ଦାୟିତ୍ୱ ଦିଆଯାଇଛି। ଲକ୍ଷଣ ନ ଥିଲେ ୭ ଦିନ ପରେ ଘରକୁ ଯିବେ, ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବେ। ଏଯାବତ୍‌ ୧ ଲକ୍ଷ ଲୋକ ସଫଳତାର ସହ କ୍ୱାରାଣ୍ଟାଇନ୍‌ ସାରି ଘରକୁ ଫେରିଛନ୍ତି। ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ପରେ ୧୪ ଦିନ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖାଯାଉଛି। ଆମ ପଦକ୍ଷେପ ସମ୍ପୂର୍ଣ୍ଣ ବିଜ୍ଞାନ ସମ୍ମତ ଓ ଗବେଷଣା ଲବ୍ଧ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।