ଏଯାବତ୍‌ ରାଜ୍ୟରେ କରୋନା ଆକ୍ରାନ୍ତ ନାହାନ୍ତି, ବନ୍ଦ ହେବନି ସ୍କୁଲ: ମନ୍ତ୍ରୀ

ଭୁବନେଶ୍ୱର,୪।୩(ବ୍ୟୁରୋ): ଚାଇନାରୁ ସୃଷ୍ଟ କରୋନା ସଂକ୍ରମଣ ଦିନକୁ ଦିନ କାୟା ମେଲାଇବାରେ ଲାଗିଛି। ଇତିମଧ୍ୟରେ ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୨୮ ଛୁଇଁଲାଣି। ରାଜ୍ୟରେ ୧୧୫ଜଣଙ୍କୁ ହୋମ ଆଇସୋଲେଶନରେ ରଖାଯାଇଛି। ଏହାକୁ ନେଇ ସ୍କୁଲଗୁଡ଼ିକ ବନ୍ଦ ରହିବ କି ନାହିଁ ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ।

ମନ୍ତ୍ରୀ କହିଛନ୍ତି, କରୋନା ନେଇ ପୂର୍ବରୁୁ ସ୍କୁଲଗୁଡ଼ିକୁ ଆଲର୍ଟ କରାଯାଇଥିଲା। ଅନ୍ୟ ରାଜ୍ୟରେ କରୋନା ସଂକ୍ରମଣ ହୋଇଛି। ହେଲେ ଆମ ରାଜ୍ୟରେ କେହି ଆକ୍ରାନ୍ତ ହୋଇନାହାନ୍ତି। ଆମ ରାଜ୍ୟରେ ଆକ୍ରାନ୍ତ ନ ଥିବାରୁ ଏବେ ସ୍କୁଲ ବନ୍ଦ ହେବାର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି।