ଭଦ୍ରକ ଅଫିସ, ୧୩।୮ – ରାଶନ କାର୍ଡ ସହ ଆଧାର ଲିଙ୍କ୍କୁ ବାଧ୍ୟତାମୂଳକ କରାଯାଇଛି। ଆଧାର ଲିଙ୍କ୍ ନ ଥିଲେ ସେପ୍ଟେମ୍ବର ମାସରୁ ହିତାଧିକାରୀଙ୍କୁ ଖାଉଟି ସାମଗ୍ରୀ ମିଳିବ ନାହିଁ। ରାଜ୍ୟ ସରକାର ଚିଠି ମାଧ୍ୟମରେ ସମସ୍ତ ଜିଲାପାଳଙ୍କ ନିକଟକୁ ଏହି ନିର୍ଦ୍ଦେଶନାମା ପଠାଇଛନ୍ତି। ଭଦ୍ରକ ଜିଲାପାଳଙ୍କ ନିକଟରେ ଚିଠି ପହଞ୍ଚିବା ପରେ ଜିଲାରେ ରାଶନକାର୍ଡଧାରୀଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଜିଲାରେ ଥିିବା ମୋଟ ୨,୮୩,୯୫୪ କାର୍ଡଧାରୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨,୭୬,୦୦୦ ହିତାଧିକାରୀ ଆଧାର ଲିଙ୍କ୍ କରିଥିବା ବେଳେ ୭୮୫୫ କାର୍ଡଧାରୀ ଏହା କରିନାହାନ୍ତି।
ଉଲ୍ଲେଖନୀୟ ଯେ, ଭଦ୍ରକ ଜିଲାରେ ବହୁ ନକଲି ରାଶନକାର୍ଡ ରହିଥିବା ଏବଂ ଅନେକ ଅଯୋଗ୍ୟ ହିତାଧିକାରୀ କାର୍ଡ ହାତେଇ ଖାଉଟି ସାମଗ୍ରୀ ଲୁଟୁଥିତ୍ବା ପୂର୍ବରୁ ଅଭିଯୋଗ ହୋଇଥିତ୍ିଲା। ପ୍ରଶାସନ ପକ୍ଷରୁ ଏ ଦିଗରେ କୌଣସି ବଳିଷ୍ଠ ପଦକ୍ଷେପ ନିଆଯାଇ ନ ଥିତ୍ଲା। ଏପରିକି କେତେକ ମୃତ ବ୍ୟକ୍ତିଙ୍କ ନାମରେ ରାଶନ ଉଠାଯାଉଥିବା ଅଭିଯୋଗ ରହିଥିଲା। ଏବେ ଆଧାର ଲିଙ୍କ୍ କଟକଣା ଜାରି ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ରାଶନକାର୍ଡ ଆଧାର ଲିଙ୍କ୍ କରାଯିବା ସକାଶେ ସମସ୍ତ ରିଟେଲରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ନକଲି କାର୍ଡଧାରୀଙ୍କ ମଧ୍ୟରେ ଛାନିଆ ଖେଳିଯାଇଛି।
ପ୍ରଶାସନଠାରୁ ମିଳିଥିବା ସୂଚନା ଅନୁଯାୟୀ, ବାସୁଦେବପୁର ବ୍ଲକରେ ୪୨, ୫୬୯ କାର୍ଡରେ ୧ ,୬୫,୫୫୧ ଜଣଙ୍କୁ ଖାଉଟି ସାମଗ୍ରୀ ପାଉଛନ୍ତି। ସେମାନଙ୍କ ମଧ୍ୟରୁ ୧,୪୬,୯୦୯ ହିତାଧିକାରୀଙ୍କ ଆଧାର ଲିଙ୍କ୍ ହୋଇଛି। ଭଦ୍ରକ ବ୍ଲକର ୪୧,୨୩୦ କାର୍ଡରେ ୧,୬୧,୪୫୩ ଜଣ ରାଶନ ପାଉଥିବା ବେଳେ ୪୦,୬୭୬ କାର୍ଡର ୧,୫୦,୬୭୫ ହିତାଧିକାରୀଙ୍କ ଆଧାର ଲିଙ୍କ୍ ହୋଇଛି। ଭଣ୍ଡାରିପୋଖରୀ ବ୍ଲକରେ ୨୫,୬୫୭ କାର୍ଡରେ ୧,୦୧,୦୯୨ ହିତାଧିକାରୀ ରାଶନ ପାଉଥିବା ବେଳେ ୨୫,୨୫୦ କାର୍ଡରେ ୯୩,୧୫୯ ହିତାଧିକାରୀ ଆଧାର ଲିଙ୍କ୍ କରିଛନ୍ତି। ବନ୍ତ ବ୍ଲକର ୨୯,୧୨୮ କାର୍ଡ ରହିଛି। ୧,୧୭,୬୬୧ ହିତାଧିକାରୀ ରାଶନ ପାଉଛନ୍ତି। ୨୮,୧୨୩ କାର୍ଡର୧,୦୦,୪୮୬ ହିତାଧିକାରୀଙ୍କ ଆଧାର ଲିଙ୍କ ହୋଇଛି। ଚାନ୍ଦବାଲି ବ୍ଲକର ୪୭,୭୭୩ କାର୍ଡରେ ୧,୯୨,୨୧୭ ହିତାଧିକାରୀ ରାଶନ ପାଉଥିବା ବେଳେ ଏଥିମଧ୍ୟରୁ ୪୬,୩୬୭ କାର୍ଡର ୧,୬୮,୧୯୬ ହିତାଧିକାରୀଙ୍କ ଆଧାର ଲିଙ୍କ୍ ହୋଇଛି। ଧାମନଗର ବ୍ଲକର ୩୬,୩୦୪ କାର୍ଡର ୧,୪୯,୮୬୦ ହିତାଧିକାରୀ ରାଶନ ପାଉଥିବା ବେଳେ ୩୫,୧୭୦ କାର୍ଡର ୧,୩୨,୪୪୧ ହିତାଧିକାରୀଙ୍କ ଆଧାର ଲିଙ୍କ୍ ହୋଇଛି। ତିହିଡି ବ୍ଲକରେ ୩୯,୪୦୬ କାର୍ଡରେ ୧,୪୭,୬୯୬ ହିତାଧିକାରୀ ରାଶନ ପାଉଥିବା ବେଳେ ସେଥିମଧ୍ୟରୁ ୩୮,୨୭୯ କାର୍ଡର ୧,୩୧,୫୦୧ ହିତାଧିକାରୀଙ୍କ ଆଧାର ଲିଙ୍କ୍ ହୋଇଥିବା ଜଣାପଡ଼ିଛି। ବାସୁଦେବପୁର ଏନ୍ଏସିର ୪,୮୭୧ କାର୍ଡରେ ୧୮,୩୭୦ ହିତାଧିକାରୀ ରାଶନ ପାଉଛନ୍ତି। ସେଥିମଧ୍ୟରୁ ୪,୭୮୬ କାର୍ଡର ୧୬,୯୬୫ ହିତାଧିକାରୀଙ୍କ ଆଧାର ଲିଙ୍କ୍ ହୋଇଛି। ଭଦ୍ରକ ପୌରପାଳିକାରେ ୧୭,୦୧୪ କାର୍ଡରେ ୬୩,୫୫୮ ହିତାଧିକାରୀ ରାଶନ ପାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୫,୭୩୧ଟି କାର୍ଡର ୫୪,୪୦୫ ହିତାଧିକାରୀଙ୍କ ଆଧାର ଲିଙ୍କ୍ ହୋଇଛି। ମୋଟ ୯୭ ପ୍ରତିଶତ ଆଧାର ଲିଙ୍କ୍ ହୋଇଥିବା ଜିଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜିଲାରେ ୨୧୮ ଟି ପଞ୍ଚାୟତରେ ଥିବା ୫୦୬ ରିଟେଲରଙ୍କୁ ଆଧାର ଲିଙ୍କ୍ କରି ନ ଥିବା ଅଯୋଗ୍ୟ ଖାଉଟିଙ୍କୁ ନିର୍ଦ୍ଧାରିତ ସମୟରେ ବାଦ୍ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଦ୍ରୁତଗତିରେ ଆସି ହାଇୱାକୁ ପଛପଟୁ ଧକ୍କା ଦେଲା ମୋଟର ସାଇକେଲ୍, ତା’ପରେ…
ବନ୍ତ,୧୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଜାମିତୀରା ଛକ ନିକଟରେ ଗୁରୁବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ୫୩ ନମ୍ବର…
ସତ କୋକେଇରେ ମିଛ ଶବ: କାନ୍ଦ ବୋବାଳିରେ ଗାଁ ଦାଣ୍ଡ ଫାଟିଲା: ପୂରା ଘଟଣା ଜାଣିଲେ…
ଧାମନଗର,୧୭।୪(ଦେବେନ୍ଦ୍ର ଆନ୍ଦିଆ):ମଣିଷ ବଞ୍ଚତ୍ଥିବା ଯାଏ ଆଶା ମରେନାହିଁ, କିନ୍ତୁ କିଛି ଆଶା ଯେତେବେଳେ ନିରାଶାରେ ପରିଣତ ହୁଏ, ସେତେବେଳେ ସମୟ ବି ଦୁଃଖର ବୋଝ ଲଦି ଦିଏ।…
ହୋଟେଲରେ ଚାଲିଥିଲା ସେକ୍ସ ରାକେଟ, ୪ ଗିରଫ, ୨ ଯୁବତୀ ଉଦ୍ଧାର
ଭଦ୍ରକ,୧୬।୪: ଭଦ୍ରକ ସହରରୁ ଗୁରୁବାର ଏକ ବଡ଼ ଧରଣର ସେକ୍ସ ରାକେଟ ଠାବ୍ ହୋଇଛି। ସେକ୍ସ ରାକେଟରେ ସମ୍ପୃକ୍ତ ୪ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ୨ଜଣ…
ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…
ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…
ରାତିରେ ଝିଅ ଡ୍ରେସ୍ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…
ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…
୫୩ନଂ ରାଜ୍ୟ ରାଜପଥରେ ଗୋଟିଏ ପରେ ଗୋଟିଏ ହାଇଓ୍ବାକୁ ମାଡ଼ି ବସିଲା ପୋଲିସ
ବନ୍ତ,୧୨।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ପୋଲିସ ପକ୍ଷରୁ ବେଆଇନ ବାଲି ଚାଲାଣ କରୁଥିବା ୯ଟି ହାଇଓ୍ବା ଜବତ ହୋଇଛି। ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥରେ…
ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO, ଆହୁରି ବର୍ଷେ ଥିଲା ଚାକିରି
ଚାନ୍ଦବାଲି,୧୧ା୪(ଅଶୋକ ପଣ୍ଡା): ଚାନ୍ଦବାଲିରେ କର୍ତ୍ତବ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ସୌଭାଗ୍ୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି। ଶନିବାର ପୂର୍ବାହ୍ନ ୧୧ ଟାରେ ସେ ଛାତିରେ ଯନ୍ତ୍ରଣା…
ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି
ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…
Archives

