Categories: ଜାତୀୟ

ଏମ୍‌ ଲକ୍ଷ୍ମୀନାରାୟଣ ହେଲେ ୟେଦୁରପ୍ପାଙ୍କ ଉପଦେଷ୍ଟା

ବେଙ୍ଗାଲୁର,୨୯।୭: କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ବିଏସ୍‌ ୟେଦୁରପ୍ପା ଶାସନଭାର ହାତକୁ ନେଇଛନ୍ତି। ସୋମବାର ବିଧାନସଭାରେ ଶାସକ ଦଳର ଭାଜପା ବହୁ ମତରେ ବିଜୟୀ ହୋଇଛି। ଏହାପରେ ଏମ୍‌ ଲକ୍ଷ୍ମୀନାରାୟଣଙ୍କୁ ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଛି। ସୂଚନାଯୋଗ୍ୟ, କୁମାରସ୍ବାମୀଙ୍କ ମେଣ୍ଟ ସରକାର ଭାଙ୍ଗିବା ପରେ ଭାଜପା ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇ କର୍ନାଟକର ଶାସନ କ୍ଷମତାକୁ ଫେରିଛି। ଏହାସହ ୟେଦୁରପ୍ପା ୪ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି।

Share