Categories: ଜାତୀୟ

ଏମ୍‌ପି ହେବା ପରେ ମଧ୍ୟ ଡିଏସ୍‌ପିଙ୍କୁ ସାଲ୍ୟୁଟ କଲେ : ଫଟୋ ଭାଇରଲ

ହାଇଦ୍ରାବାଦ,୨୮।୫: ଗତ ନିର୍ବାଚନରେ ଆନ୍ଧ୍ର ପ୍ରଦେଶରେ ଓ୍ବାଇଏସ୍‌ଆର୍‌ସିପି ଟିଡିପିକୁ ଉଭୟ ଲୋକ ସଭା ଓ ବିଧାନସଭାରେ ଶୋଚନୀୟ ଭାବେ ପରାସ୍ତ କରିଛି। ଏହି ନିର୍ବାଚନରେ  ହିନ୍ଦୁପୁର ଆସନରୁ ଓ୍ବାଇଏସ୍‌ଆର୍‌ସିପି ପ୍ରାର୍ଥୀ ଗୋରଂତା ମାଧବ ନିର୍ବାଚନ ଲଢିଥିଲେ। ଆଉ ବିଜୟ ମଧ୍ୟ ହୋଇଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ମାଧବ ଆନ୍ଧ୍ର  ପୋଲିସ ବିଭାଗରେ ଇନ୍ସପେକ୍ଟର ଭାବେ କାମ କରୁଥିଲେ। ହେଲେ ଏବେ ନିର୍ବାଚନ ଜିତି ଏମ୍‌ପି ହୋଇଯାଇଛନ୍ତି। କିନ୍ତୁ ଏବେ ତାଙ୍କର ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ସେ ତାଙ୍କର ପୂର୍ବ ଉଚ୍ଚପଦସ୍ଥ ଅଫିସର ବା ଡିଏସ୍‌ପିଙ୍କୁ ସାଲ୍ୟୁଟ କରୁଛନ୍ତି।  ଡିଏସ୍‌ପି ମଧ୍ୟ ତାଙ୍କୁ ସାଲ୍ୟୁଟ କରୁଥିବା ଦେଖିବାକୁ ମିଳିଛି। ଏବେ ଘଟଣାଟି ଚର୍ଚ୍ଚାକୁ ଆସିଛି।  ଗଣମାଧ୍ୟମର ସୂଚନା ମୁତାବକ ଫଟୋଟି ହେଉଛି ମେ ୨୩ ର ଯେତେବେଳେ ଭୋଟ ଗଣତି ଚାଲିଥିଲା ସେତେବେଳେ ସେ ଡିଏସ୍‌ପିଙ୍କୁ ସାଲ୍ୟୁଟ କରିଥିଲେ।

Share