ଏମ୍‌ପି ଲ୍ୟାଡରୁ ଅଢ଼େଇ କୋଟି ଦେଲେ ଅଚ୍ୟୁତ

ଭଞ୍ଜନଗର,୨୯।୩(ଡି.ଏନ.ଏ)-କନ୍ଧମାଳ ଏମ୍‌ପି ଅଚ୍ୟୁତ ସାମନ୍ତ କରୋନା ମୁକାବିଲା ପାଇଁ ଏମ୍‌ପି ଲ୍ୟାଡରୁ ଅଢ଼େଇ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଏହି ଅର୍ଥରୁ କନ୍ଧମାଳକୁ ୧ କୋଟି ୧୦ଲକ୍ଷ, ବୌଦ୍ଧକୁ ୭୦ ଲକ୍ଷ, ଗଞ୍ଜାମକୁ ୩୫ ଲକ୍ଷ ଓ ନୟାଗଡ଼ ଜିଲାକୁ ୩୫ ଲକ୍ଷ ଟଙ୍କା ଅନୁମୋଦନ କରିଥିବା ସମ୍ପୃକ୍ତ ଜିଲାର ଜିଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ଏହା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବିନିଯୋଗ ହେବ ବୋଲି ରବିବାର ସେ ଟୁଇଟର ମାଧ୍ୟମରେ ଜଣାଇଛନ୍ତି । ଏଥିସହ ୩ ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କରିଛନ୍ତି। ଅନ୍ୟ ସମସ୍ତ ଏମ୍‌ପି ଓ ବିଧାୟକମାନେ ଏହି ସମୟରେ ସହଯୋଗର ହାତ ବଢ଼ାଇବାକୁ ସେ ନିବେଦନ କରିଛନ୍ତି ।