ଏମ୍‌ପି ଲୋଧା ଭାରତର ସବୁଠୁ ଧନୀ ରିୟଲ ଇଷ୍ଟେଟ ଉଦ୍ୟୋଗୀ

ନୂଆଦିଲ୍ଲୀ,୧୦-୧୨: ଲୋଧା ଡେଭଲପର୍ସର ଏମ୍‌.ପି.ଲୋଧା ଏବଂ ପରିବାର ଭାରତର ସବୁଠୁ ଧନୀଶାଳୀ ରିୟଲ ଇଷ୍ଟେଟ ଉଦ୍ୟୋଗୀ ଭାବେ ବିବେଚିତ ହୋଇଛନ୍ତି। ଏହି ଗ୍ରୁପ ନିକଟରେ ମୋଟ ୩୧,୯୬୦ କୋଟି ଟଙ୍କାର ସମ୍ପତ୍ତି ରହିଛି। ତାଲିକାର ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଯଥାକ୍ରମେ ଡିଏଲ୍‌ଏଫ୍‌ର ରାଜୀବ ସିଂ ଏବଂ ଏମ୍ବାସି ଗ୍ରୁପ ପ୍ରତିଷ୍ଠାତା ଜିତେନ୍ଦ୍ର ଭିରଓ୍ବାନୀ ରହିଛନ୍ତି। ହୁରୁନ ଏବଂ ଗ୍ରୋହେ ଇଣ୍ଡିଆ ପକ୍ଷରୁ ମିଳିତ ଭାବେ ପ୍ରକାଶିତ ଗ୍ରୋହେ ହୁରୁନ ଇଣ୍ଡିଆ ରିୟଲ ଇଷ୍ଟେଟ ରିଚ୍‌ ଲିଷ୍ଟ ୨୦୧୯ ତାଲିକାରେ ଧନୀ ରିୟଲ ଇଷ୍ଟେଟ ଉଦ୍ୟୋଗୀଙ୍କୁ ସାମିଲ କରାଯାଇଛି। ତାଲିକାର ପ୍ରଥମ ସ୍ଥାନରେ ଥିବା ଲୋଧା ପରିବାରର ସମ୍ପତ୍ତି ୨୦୧୯ରେ ୧୮% ବଢିଛି। ତାଲିକାରେ ସ୍ଥାନିତ ଅନ୍ୟ ଉଦ୍ୟୋଗୀଙ୍କ ସମ୍ପତ୍ତିର ୧୨% ଲୋଧା ଗ୍ରୁପ ନିକଟରେ ରହିଛି। ଏହି ତାଲିକାରେ ୯୯ ଉଦ୍ୟୋଗୀଙ୍କୁ ସ୍ଥାନୀତ କରାଯାଇଛି। ଦ୍ୱିତୀୟ ସ୍ଥାନରେ ରହିଥିବା ଡିଏଲ୍‌ଏଫ୍‌ର ରାଜୀବ ସିଂଙ୍କ ନିକଟରେ ୨୫,୦୮୦ କୋଟି ଟଙ୍କାର ସମ୍ପତ୍ତି ରହିଛି। ତାଙ୍କ ସମ୍ପତ୍ତିରେ ୪୨% ବୃଦ୍ଧି ଘଟିଛି।
ସେହିଭଳି ତୃତୀୟ ସ୍ଥାନରେ ରହିଥିବା ଏମ୍ବାସୀ ପ୍ରପର୍ଟି ଡେଭଲପର୍ସର ଜିତେନ୍ଦ୍ର ଭିରଓ୍ବାନୀଙ୍କ ନିକଟରେ ୨୪,୦୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି। ତାଲିକାର ୪ର୍ଥ ସ୍ଥାନରେ ହିରାନନ୍ଦୀନି କମ୍ୟୁନିିଟିଜର ନିରଞ୍ଜନ ହିରାନନ୍ଦିନୀ ( ୧୭,୦୩୦ କୋଟି ସମ୍ପତ୍ତି), କେ ରାହେଜାର ଚନ୍ଦ୍ରୁ ରାହେଜା(୫ମ ସ୍ଥାନ, ୧୫,୪୮୦ କୋଟି), ଓବରେଇ ରିୟଲିଟିର ବିକାଶ ଓବରେଇ(୬ଷ୍ଠ ସ୍ଥାନ, ୧୩,୯୧୦ କୋଟି), ବାଗମାନେ ଡେଭଲପର୍ସର ରାଜା ବାଗମାନେ(୭ମ, ୯୯୬୦ କୋଟି), ହାଉସ ଅଫ୍‌ ହିରାନନ୍ଦୀନିର ସୁରେନ୍ଦ୍ର ହୀରାନନ୍ଦିନୀ (୮ମ, ୯୭୨୦ କୋଟି), ରନଓ୍ବାଲ ଡେପଲପର୍ସର ସୁଭାଷ ରନଓ୍ବାଲ(୯ମ, ୭,୧୦୦ କୋଟି) ଏବଂ ପିରାମଲ ରିୟଲିଟିର ଅଜୟ ପିରାମଲ ୧୦ ସ୍ଥାନରେ ଥିବା ବେଳେ ତାଙ୍କ ନିକଟରେ ୬୫୦୦ କୋଟି ଟଙ୍କାର ରିୟଲ ଇଷ୍ଟେଟ ସମ୍ପତ୍ତି ରହିଛି। ତାଲିକାରେ ଶୀର୍ଷ ୧୦ ଜଣକ ମଧ୍ୟରୁ ମୁମ୍ବାଇର ୭ ଜଣ ଏବଂ ଶୀର୍ଘ ୧୦୦ ମଧ୍ୟରୁ ୩୭ ଜଣ ମୁମ୍ବାଇରୁ ରହିଛନ୍ତି। ସେହିଭଳି ଦିଲ୍ଲୀ ଏବଂ ବାଙ୍ଗାଲୋରରୁ ୧୯ ଜଣ ତାଲିକାରେ ସାମିଲ ରହିଛନ୍ତି। ତାଲିକାରେ ସ୍ଥାନୀତ ମୋଟ ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ଏହି ସହରଗୁଡିକରୁ ୩ ଚତୁର୍ଥାଂଶ ଉଦ୍ୟୋଗୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri