Categories: ଜାତୀୟ

ଏମ୍‌ପି ରାମଚନ୍ଦ୍ର ପାଶଓ୍ବାନଙ୍କ ପରଲୋକ

ନୂଆଦିଲ୍ଲୀ, ୨୧।୭: କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି ନେତା ରାମବିଳାଶ ପାଶଓ୍ବାନଙ୍କ ଭାଇ ରାମଚନ୍ଦ୍ରଙ୍କ ରବିବାର ପରଲୋକ ଘଟିଛି। ଜୁଲାଇ ୧୨ରେ ହୃଦ୍‌ଘାତ ଯୋଗୁ ତାଙ୍କୁ ଦିଲ୍ଲୀର ରାମମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଚିକିତ୍ସିତ ଥିଲେ। ରାମଚନ୍ଦ୍ର ଲଗାତାର ୪ଥର ଏଲଜିପି ପକ୍ଷରୁ ସମସ୍ତିପୁର ଆସନରୁ ଜିତିଆସୁଥିଲେ। ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିଛନ୍ତି। ରାମଚନ୍ଦ୍ର କୃଷକ ଏବଂ ଯୁବଗୋଷ୍ଠୀଙ୍କ ପାଇଁ ଆଦର୍ଶ ଥିଲେ ବୋଲି ପ୍ରଧାନମନ୍ତ୍ରୀ ନିଜ ଶୋକବାର୍ତ୍ତାରେ କହିଛନ୍ତି।

Share