Categories: ଜାତୀୟ

ଏମ୍‌ପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବରାଜ

ଭୋପାଳ,୨୪ା୩: ଭାଜପାର ବରିଷ୍ଠ ନେତା ଶିବରାଜ ସିଂ ଚୌହାନ ଚତୁର୍ଥ ଥର ପାଇଁ ମଧ୍ୟପ୍ରଦେଶ (ଏମ୍‌ପି)ର ମୁଖ୍ୟମନ୍ତ୍ରୀ ଭାବେ ସୋମବାର ରାତି ୯ଟାରେ ଶପଥ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ତାଙ୍କୁ ଭାଜପା ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା। ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ବିରୋଧୀ ଦଳ ନେତା ଗୋପାଳ ଭାର୍ଗବ ତାଙ୍କ ନାମ ପ୍ରସ୍ତାବ ଦେଇଥିଲେ। ପରେ ବିଜୟ ଶାହା, ମୀନା ସିଂ, ପାରସ ଜୈନ ଓ ଅନ୍ୟ ବିଧାୟକମାନେ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ତେବେ କରୋନା ସଂକ୍ରମଣ ଭୟରେ ଦିଲ୍ଲୀରୁ କୌଣସି କେନ୍ଦ୍ରୀୟ ନେତା ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ନ ଥିବା ଜଣାପଡିଛି। ୧୫ ମାସର କମଲନାଥ ସରକାରଙ୍କ ପତନ ପରେ ଶିବରାଜ ପୁନଶ୍ଚ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି।

Share