ଏମ୍‌ପି ଅନୁଭବଙ୍କ ବିରୋଧରେ ଅଭିଯୋଗ

କେନ୍ଦ୍ରାପଡା ଅଫିସ,୩୧।୧: ବିବାଦ କେନ୍ଦ୍ରାପଡା ଏମପି ଅନୁଭବ ମହାନ୍ତିଙ୍କ ପିଛା ଛାଡୁନାହିଁ। ପୂର୍ବରୁ ତାଙ୍କ ନାମରେ କଟକର ପୁରୀଘାଟ ଥାନା ଓ କେନ୍ଦ୍ରାପଡ଼ା ଟାଉନ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ଗୁରୁବାର ସନ୍ଧ୍ୟାରେ ପ୍ରଚାରପତ୍ର ବାବଦରେ ବାକି ଟଙ୍କା ସୁଝୁ ନ ଥିବା ଦର୍ଶାଯାଇ ସଦର ଥାନାରେ ଅଭିଯୋଗ ପତ୍ର ଦାଖଲ ହୋଇଛି। ଏହା ପୂର୍ବରୁ ଏହି ଅଭିଯୋଗ ପତ୍ର ଅନ୍‌ଲାଇନରେ କେନ୍ଦ୍ରାପଡା ଏସପି, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅଭିଯୋଗକାରୀ ଗରାପୁରସ୍ଥ ବଳଦେବଜୀଉ ଆଡ ମିଡିଆ ମାଲିକ ସ୍ମୃତିରଞ୍ଜନ ସ୍ବାଇଁ ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ସେ କୁହନ୍ତି ଯେ, ଗତ ସାଧାରଣ ନିର୍ବାଚନ ସମୟରେ ପ୍ରଚାର ସଂକ୍ରାନ୍ତୀୟ କାର୍ଯ୍ୟ କରିଥିଲେ। ଏହି ସମୟରେ ଆଡମିଡିଆ ହାଉସର ବ୍ୟାନର, ପୋଷ୍ଟର, ଷ୍ଟିକର, ହୋର୍ଡିଂ ଓ ଭ୍ୟାନ ଡେକୋରେଶନ ବାବଦ ମୋଟ ୩୨,୫୬,୪୦୦ ଟଙ୍କା ବିଲ୍‌ ହୋଇଥିଲା। ଇତିମଧ୍ୟରେ ୨୧,୧୦,୯୯୧ ଟଙ୍କା ସେ ପଇଠ କରିଥିଲେ ମଧ୍ୟ ଅବଶିଷ୍ଟ ୧୧,୪୫,୪୩୯ ଟଙ୍କା ମିଳିନାହିଁ। ଏ ସମ୍ପର୍କରେ ବହୁବାର ଏମପି ମହାନ୍ତିଙ୍କୁ ଜଣାଇ ଥିଲେ ମଧ୍ୟ ବକେୟା ଟଙ୍କା ମିଳି ନ ଥିବାରୁ ଏନେଇ ଥାନାର ଆଶ୍ରୟ ନେଇଥିବା ଆଡମିଡିଆ ମାଲିକ ସ୍ବାଇଁ ପ୍ରକାଶ କରିଛନ୍ତି। ଏ ନେଇ ସଦର ଥାନା ଅଧିକାରୀ ପ୍ରମୋଦ ମଲ୍ଲିକ କହିଛନ୍ତି ଯେ, ଅଭିଯୋଗ ପତ୍ର ଥାନାରେ ପହଞ୍ଚିଛି। ଏନେଇ କାର୍ଯ୍ୟାନୁଷ୍ଠାନ ହେବ। ଅଭିଯୋଗ ସମ୍ପର୍କରେ ଏମପି ମହାନ୍ତିଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ପ୍ରଚାର କାର୍ଯ୍ୟ ବାବଦରେ ଖର୍ଚ୍ଚ ହୋଇଥିବା ସବୁ ଟଙ୍କା ପ୍ରଦାନ କରାଯାଇଛି। ତେବେ ଗତ ଦୁଇ ଦିନ ତଳେ କେନ୍ଦ୍ରାପଡା ସ୍ବୟଂଶାସିତ କଲେଜରେ ଏକ ୟୁଥ କନ୍‌କ୍ଲେଭର ଆୟୋଜନ ହୋଇଥିଲା। ଏହି କନ୍‌କ୍ଲେଭକୁ କେନ୍ଦ୍ରାପଡାବାସୀ ସହଯୋଗ କରିଥିବା ବେଳେ କେତେକ ଖଳପ୍ରକୃତିର ବ୍ୟକ୍ତି ମତେ ବଦନାମ କରିବା ପାଇଁ ଏହି ପ୍ରଚାର ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri