ଏମ୍‌ପିଙ୍କ ଅଚାନକ ନବୋଦୟ ବିଦ୍ୟାଳୟ ପରିଦର୍ଶନ: ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ସହାୟତା ଦେବାକୁ ପ୍ରତିଶ୍ରୁତି

ନୂଆପଡା ଅଫିସ/ତରବୋଡ,୨୯।୮(ଡି.ଏନ.ଏ.) କଳାହାଣ୍ଡି ଏମ୍‌ପି ତଥା ରାଜ୍ୟ ଭାଜପା ସଭାପତି ବସନ୍ତ କୁମାର ପଣ୍ଡା ଜିଲା ଗସ୍ତ ସମୟରେ ବୁଧବାର ଅଚାନକ ତରବୋଡସ୍ଥିତ ନବୋଦୟ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ସମୟରେ ସେ ଛାତ୍ରୀଛାତ୍ରଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ବିଦ୍ୟାଳୟରେ ଥିବା ବିଭିନ୍ନ ଅସୁବିଧାକୁ ପାଣ୍ଠି ଯୋଗାଇ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ଛାତ୍ରୀଛାତ୍ର ଏବଂ ଶିକ୍ଷକଙ୍କ ମଧ୍ୟରେ ମଧୁର ସମ୍ପର୍କ ସ୍ଥାପନ କରିବାକୁ ପରାମର୍ଶ ଦେଇଛନ୍ତି ।
ଏମପି ପଣ୍ଡା କୋମନା ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରୁଥିବା ବେଳେ ତରବୋଡସ୍ଥିତ ନବୋଦୟ ବିଦ୍ୟାଳୟ ଅଚାନକ ଗସ୍ତ କରିଥିଲେ। ବିଦ୍ୟାଳୟର ବିଭିନ୍ନ ୱାର୍ଡକୁ ବୁଲି ଦେଖିବା ପରେ ଛାତ୍ରୀଛାତ୍ରଙ୍କ ସହ ସ୍ବତନ୍ତ୍ର ଭାବେ ଆଲୋଚନା କରିଥିଲେ । ଛାତ୍ରୀଛାତ୍ରମାନେ ବିଭିନ୍ନ ସମସ୍ୟା ଉପରେ ଏମପିଙ୍କୁ ଖୋଲାଖୋଲି ଭାବେ କହିଥିଲେ । ପିଲାଙ୍କ ସହ ରନ୍ଧାଖାଦ୍ୟ ପରଖି ଦେଖିଥିଲେ। ଏହାକୁ ଟିକିଏ ଉନ୍ନତମାନର କରିବାକୁ ଅଧ୍ୟକ୍ଷାଙ୍କୁ କହିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଗତ ୧୫ ଦିନ ତଳେ ବିଭିନ୍ନ ସମସ୍ୟା ନେଇ ଛାତ୍ରୀଛାତ୍ରମାନେ ଚାଲି ଚାଲି ନୂଆପଡ଼ା ଆସି ଜିଲାପାଳଙ୍କୁ ଅଭିଯୋଗ କରିଥିଲେ। ଏମପି ପଣ୍ଡା ବିଦ୍ୟାଳୟ ଶୃଙ୍ଖଳାକୁ ଭଙ୍ଗ ନ କରିବାକୁ ଛାତ୍ରୀଛାତ୍ରଙ୍କୁ ଉପଦେଶ ଦେଇଥିଲେ। ବିଦ୍ୟାଳୟ ତରଫରୁ ଅଧ୍ୟକ୍ଷାଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ବିଭିନ୍ନ ସମସ୍ୟା ଉପରେ ଏମପିଙ୍କୁ ଅବଗତ କରିଥିଲେ। ବିଦ୍ୟାଳୟ ପାଇଁ ଏକ ସ୍ବତନ୍ତ୍ର ସ୍କୁଲ ବସ, ନୂତନ କମ୍ପ୍ୟୁଟର, ସଭା ଗୃହ ସକାଶେ ପାଣ୍ଠି ଯୋଗାଇ ଦେବାକୁ ଏମପି ପ୍ରତିଶ୍ରୁତି ଦେଇଥିଲେ। ବିଦ୍ୟାଳୟ ଏକ ପବିତ୍ର ମନ୍ଦିର । ଏଠାରେ ଛାତ୍ରୀଛାତ୍ରଙ୍କୁ ନିଜର ସନ୍ତାନ ସଦୃଶ ବ୍ୟବହାର କରି ମନୋନିବେଶ କରି ଶିକ୍ଷାଦାନ କରିବାକୁ ଶିକ୍ଷୟିତ୍ରୀଶିକ୍ଷକ, ଅଧ୍ୟକ୍ଷଙ୍କୁ କହିଥିଲେ। ବିଦ୍ୟାଳୟ ପରିଦର୍ଶନ ବେଳେ ଅନ୍ୟମାନଙ୍କ ମଧ୍ୟରେ ତୁଳସ ପଟେଲ, ରାଜ୍ୟ ଏସସି ମୋର୍ଚ୍ଚା ଉପସଭାପତି ମନିଜର ଆର୍ଯ୍ୟ, ବ୍ୟାସ ନାରାୟଣ ଅହୀର, କେଶବ ବେହେରା, ସଦାନନ୍ଦ ଯୋଷୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri