Categories: ବାଣିଜ୍ୟ

ଏମ୍‌ଏସ୍‌ଏମ୍‌ଇ ସେକ୍ଟରରେ ସମସ୍ୟା: ଆର୍‌ବିଆଇକୁ ରିପୋର୍ଟ ଦେଲେ ସିହ୍ନା କମିଟି

ନୂଆଦିଲ୍ଲୀ,୧୯-୬: ଏମ୍‌ଏସ୍‌ଏମ୍‌ଇ ସେକ୍ଟରରେ ଦେଖାଦେଇଥିବା ଅଚଳାବସ୍ଥା ଦୂର କରିବା ତଥା ଏହାର ଅଭିବୃଦ୍ଧି ହାସଲ ନେଇ ପୂର୍ବତନ ସେବି ଅଧ୍ୟକ୍ଷ ୟୁ.କେ.ସିହ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଇତିମଧ୍ୟରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ତାଙ୍କର ରିପୋର୍ଟ ଉପସ୍ଥାପନ କରିଛନ୍ତି। ଚଳିତବର୍ଷ ଜାନୁୟାରୀରେ ୮ ଜଣିଆ କମିଟି ଗଠନ କରାଯାଇଥିଲା। କମିଟି ରିପୋର୍ଟରେ ଦିଆଯାଇଥିବା ପ୍ରସ୍ତାବ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ବିସ୍ତାରିତ ତଥ୍ୟ ପ୍ରଦାନ କରିନାହିଁ। ଏମ୍‌ଏସ୍‌ଏମ୍‌ଇ ସେକ୍ଟରରେ ଠିକ୍‌ ସମୟରେ ନଗଦ ଉପଲବ୍‌ଧ ହେଉ ନ ଥିବା ବେଳେ ଅସୁବିଧା ଦୂର କରିବା କ୍ଷେତ୍ରରେ ପରାମର୍ଶ ଦେବା କମିଟିର ପ୍ରାଥମିକତା ରହିଥିଲା। ଏହାଛଡା ଏକ୍ଷେତ୍ରରେ ଦୀର୍ଘକାଳୀନ ଆର୍ଥିକ ସ୍ଥିରତା ଆଣିବା ତଥା ଢାଞ୍ଚାଗତ ସମସ୍ୟାଗୁଡ଼ିକୁ ଚିହ୍ନଟ କରିବା ମଧ୍ୟ କମିଟିର ଲକ୍ଷ୍ୟ ଥିଲା। ଏହି କମିଟିରେ ସିହ୍ନାଙ୍କ ବ୍ୟତୀତ ଏମ୍‌ଏସ୍‌ଏମ୍‌ଇ ଡେଭଲପ୍‌ମେଣ୍ଟ କମିଶନର ରାମ ମୋହନ ମିଶ୍ର, ଡିପାର୍ଟମେଣ୍ଟ ଅଫ୍‌ ଫାଇନାନ୍ସିଆଲ ସର୍ଭିସେସ୍‌ର ଯୁଗ୍ମ ସଚିବ ପଙ୍କଜ ଜୈନ, ଏସ୍‌ବିଆଇ ଏମ୍‌ଡି ପି.କେ.ଗୁପ୍ତା, ଆଇସିଆଇସିଆଇ ବ୍ୟାଙ୍କ ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ଅନୁପ ବାଗ୍‌ଚି, ଆଇଆଇଏମ୍‌-ଅହମ୍ମଦାବାଦ୍‌ ପ୍ରଫେସର ଅଭିମାନ ଦାସ, ଇସ୍ପିରିଟ୍‌ ଫାଉଣ୍ଡେଶନର ଶରଦ ଶର୍ମା ଏବଂ ଡିଭାରା ଟ୍ରଷ୍ଟ ଅଧ୍ୟକ୍ଷ ବିନ୍ଦୁ ଅନନ୍ଥ ସଦସ୍ୟ ରହିଛନ୍ତି।

Share