ଏମ୍‌ଏଲ୍‌ଏ ଲ୍ୟାଡ୍‌ ଫଣ୍ଡରେ ସାମିଲ ହେଲା କରୋନା ପ୍ରତିକାର ପ୍ରକଳ୍ପ

ଭୁବନେଶ୍ୱର,୨୪।୩(ବ୍ୟୁରୋ): କରୋନାର ଭୟାବହତାକୁ ଦେଖି ଏମ୍‌ଏଲ୍‌ଏ ଲ୍ୟାଡ ଫଣ୍ଡରେ କରୋନା ପ୍ରତିକାର ପ୍ରକଳ୍ପକୁ ସାମିଲ କରାଯାଇଛି। କୋଭିଡ-୧୯ର ପ୍ରତିକାର ପାଇଁ ଆବଶ୍ୟକ କର୍ମଚାରୀ, ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ଆବଶ୍ୟକ ଉପକରଣ, ପାଇଖାନା, ରୋଗୀଙ୍କୁ ନେବା ଲାଗି ଆମ୍ବୁଲାନ୍ସ, ଅଧିଗ୍ରହଣ, ଖାଦ୍ୟ, ପାନୀୟ ଜଳ, ସଫେଇ, ଜଗୁଆଳି ନିଯୁକ୍ତି, ଆଇସୋଲେଶନ ସେଣ୍ଟର ଆଦି ପ୍ରକଳ୍ପକୁ ସାମିଲ କରାଯାଇଛି। ଜିଲାପାଳ ସ୍ଥାନୀୟ ବିଧାୟକଙ୍କ ସହିତ ଆଲୋଚନା କରି ଏଥିପାଇଁ ଆବଶ୍ୟକ ଅର୍ଥ ବରାଦ କରିପାରିବେ। ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଏ ନେଇ ସୋମବାର ଜିଲାପାଳମାନଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି।