Categories: ରାଜ୍ୟ

ଏମ୍‌ଏଲ୍‌ଏଙ୍କ ସ୍ତ୍ରୀ/ସ୍ବାମୀଙ୍କୁ ମିଳିବ ସ୍ବାସ୍ଥ୍ୟବୀମା

ଭୁବନେଶ୍ୱର, ୧୬ା୨ (ବ୍ୟୁରୋ): ଓଡ଼ିଶା ବିଧାନସଭାର ସଭ୍ୟମାନଙ୍କ ସହ ସେମାନଙ୍କ ସ୍ତ୍ରୀ/ସ୍ବାମୀଙ୍କୁ ମଧ୍ୟ ସ୍ବାସ୍ଥ୍ୟବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏ ସମ୍ପର୍କରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ଅର୍ଥ ବିଭାଗ ଗ୍ରହଣ କରିଛି। ଏଥି ପୂର୍ବରୁ ପୂର୍ବତନ ଏମ୍‌ଏଲ୍‌ଏମାନେ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିଲେ।