ଏମ୍ସ ଟ୍ରମା ସେଣ୍ଟରରେ ଚିକିତ୍ସିତ ହେବେ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୩୦।୩: କୋଭିଡ-୧୯ର ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖିବା ପରେ ଏବେ ଦିଲ୍ଲୀର ଅଲ ଇଣ୍ଡିଆ ଅନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନସେସ୍‌(ଏମ୍ସ)ର ଟ୍ରମା ସେଣ୍ଟର ବିଲଡିଂକୁ କୋଭିଡ-୧୯ ହସ୍ପିଟାଲରେ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତ ନିଆଯାଇଛି। ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ଡିକେ ଶର୍ମାଙ୍କ ସୂଚନା ଅନୁଯାୟୀ, ଏମ୍ସର ଟ୍ରମା ସେଣ୍ଟର ବିଶେଷ ଭାବେ ଦୁର୍ଘଟଣା ଗ୍ରସ୍ତ ରୋଗୀଙ୍କ ପାଇଁ ବ୍ୟବହାର କରାଯାଇଥାଏ। ହେଲେ ଏବେ ସାରା ଦେଶରେ ଲକ୍‌ଡାଉନ୍‌ ଥିବା ବେଳେ ଦୁର୍ଘଟଣା ସଂଖ୍ୟା ମଧ୍ୟ କମ୍‌ ରହିଛି। ଏହାସହ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏମ୍ସ ପକ୍ଷରୁ ଏହାକୁ କୋଭିଡ-୧୯ ହସ୍ପିଟାଲରେ ପରିବର୍ତ୍ତନ କରିବାକୁ ସ୍ଥିର କରାଯାଇଛି।

Share