ଏମ୍ସରେ ଜଣେ ନର୍ସ କରୋନା ସଂକ୍ରମିତ

ରିଶିକେଶ,୨୬।୪: ଦେଶରେ କାୟା ବିସ୍ତାର କରି ଚାଲିଛି କରୋନା ଭାଇରସ। ଉତ୍ତରାଖଣ୍ଡର ରିଶିକେଶରେ ଥିବା ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଜଣେ ନର୍ସ କରୋନାରେ ସଂକ୍ରମିତ ହୋଇଥିବା ରବିବାର ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଦିଲ୍ଲୀ ଷ୍ଟେଟ କ୍ୟାନସର ଇନଷ୍ଟିଚ୍ୟୁଟର ୧୫ ସ୍ବାସ୍ଥ୍ୟକର୍ମୀ ଓ ବାବୁ ଜଗଜ୍ଜୀବନ ରାମ ହସ୍ପିଟାଲର ୪୪ ଜଣ କରୋନା ପଜିଟିଭ ମିଳିବା ପରେ ଏବେ କରୋନା ସଂକ୍ରମଣକୁ ନେଇ ଚିନ୍ତା ବଢି ଯାଇଛି।

Share