Posted inଫୁରସତ

ଏମିତି ହୋଇଥିଲା ପ୍ରଥମ ବିଶ୍ୱଯୁଦ୍ଧର ସୂତ୍ରପାତ

ପ୍ରଥମ ବିଶ୍ୱଯୁଦ୍ଧ ଇତିହାସ ସମ୍ପର୍କରେ ଅନେକ ବହିରେ ପଢ଼ିଥିବେ ନିଶ୍ଚିତ । ଏହି ଯୁଦ୍ଧ ୧୯୧୪ରୁ୧୯୧୮ ପର୍ଯ୍ୟନ୍ତ ଚାଲିଥିଲା। ଏହି ମହାଯୁଦ୍ଧ ଏସିଆ, ୟୁରୋପ, ଆଫ୍ରିକା ମହାଦେଶ ମଧ୍ୟରେ ଜଳ, ସ୍ଥଳ ଏବଂ ଆକାଶ ପଥରେ ହୋଇଥିଲା। କିନ୍ତୁ ଏହାକୁ ୟୁରୋପର ମହାଯୁଦ୍ଧ କୁହାଯାଏ। ତେବେ କାହିଁକି ଏହି ଯୁଦ୍ଧକୁ ‘ବିଶ୍ୱଯୁଦ୍ଧ’କୁହାଯାଏ ଏବଂ କେମିତି ଏହି ଯୁଦ୍ଧର ସୂତ୍ରପାତ ହୋଇଥିଲା ଜାଣନ୍ତୁ ଏ ସମ୍ପର୍କରେ…


ପ୍ରକୃତରେ ଏହି ଯୁଦ୍ଧରେ ଭାଗ ନେଇଥିବା ଦେଶର ସଂଖ୍ୟା, ଏହାର ପରିଧି ବା କ୍ଷେତ୍ରଫଳ ଏବଂ ଏଥିରେ ହୋଇଥିବା ଅଦ୍ଭୁତପୂର୍ବ କ୍ଷତି ଯୋଗୁ ଏହାକୁ ବିଶ୍ୱଯୁଦ୍ଧ କୁହାଯାଏ। ଏହା ମଧ୍ୟ କୁହାଯାଏ କି, ପ୍ରଥମ ବିଶ୍ୱଯୁଦ୍ଧ କାରଣରୁ ଅଧିକାଂଶ ଦେଶରେ ହିଂସା ପରିଲକ୍ଷିତ ହୋଇଥିଲା। ଏଥିରେ ପ୍ରାୟ ୧ କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ କୋଟିରୁ ଅଧିକ ଲୋକ ଆହତ ହୋଇଥିଲେ। ଏହା ବ୍ୟତୀତ ରୋଗ ଏବଂ କୁପୋଷଣରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ଯୁଦ୍ଧ ଶେଷ ହେବା ପରେ ବିଶ୍ୱରେ ୪ ବଡ଼ ରାଷ୍ଟ୍ର ଯଥା ଋଷ୍‌, ଜର୍ମାନୀ, ଅଷ୍ଟ୍ରିଆ-ହଙ୍ଗେରୀ’ ଏବଂ ତୁର୍କୀ ସାମ୍ରାଜ୍ୟର ବିନାଶ ହୋଇଥିଲା।
ଏହା ପରେ ୟୁରୋପ ସୀମାରେ ପୁଣି ଯୁଦ୍ଧ ପାଇଁ ସ୍ଥିର ହେଲା ଏବଂ ଏଥିରେ ଆମେରିକା ମଧ୍ୟ ସୁପର ପାଓ୍ବାର ବା ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହୋଇଥିଲା। ତେବେ ଏହି ଯୁଦ୍ଧର ପ୍ରକୃତ କାରଣ ହେଉଛି, ୟୁରୋପର ବୃହତ୍ତମ ଅଷ୍ଟ୍ରିଆ-ହଙ୍ଗେରୀ ସାମ୍ରାଜ୍ୟର ଉତ୍ତରାଧିକାରୀ ବୋସ୍‌ନିଆରେ ଆର୍ଚଡ୍ୟୁକ୍‌ ଫର୍ଡିନାଣ୍ଡ ଏବଂ ତାଙ୍କ ସ୍ତ୍ରୀଙ୍କ ହତ୍ୟା ବୋଲି କୁହାଯାଏ। ଯାହାର ଦୋଷ ସର୍ବିଆ ଉପରେ ଲଦା ଯାଇଥିଲା। ତାଙ୍କୁ ୨୮ ଜୁନ୍‌ ୧୯୧୪ରେ ହତ୍ୟା କରାଯାଇଥିଲା। ଏହି ଘଟଣାର ଏକ ମାସ ପରେ, ୨୮ ଜୁଲାଇ ୧୯୧୪ରେ ଅଷ୍ଟ୍ରିଆ ସର୍ବିଆ ଉପରେ ଆକ୍ରମଣ କଲା। ଏହା ପରେ ବିଭିନ୍ନ ଦେଶ ଏହି ଯୁଦ୍ଧରେ ଭାଗ ନେଇଥିଲେ। ଯାହା ପରବର୍ତ୍ତୀ ସମୟରେ ବିଶ୍ୱଯୁଦ୍ଧର ରୂପ ନେଇଥିଲା।
ତେବେ ୧୧ ନଭେମ୍ବର ୧୯୧୮ରେ ଜର୍ମାନୀ ଆତ୍ମସମର୍ପଣ କରିବା ପରେ ଯୁଦ୍ଧର ପରିସମାପ୍ତି ଘଟିଥିଲା ବୋଲି ଇତିହାସ କୁହେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri