Categories: ଫୁରସତ

ଏମିତି ମନ୍ଦିର ଯେଉଁଠି ଭଗବାନ ଶିବଙ୍କ ପୂର୍ବରୁ ରାବଣଙ୍କୁ କରାଯାଏ ପୂଜା

ଦୁନିଆରେ ଏମିତି ଅନେକ ମନ୍ଦିର ରହିଛି, ଯାହାର ଭିନ୍ନ ଭିନ୍ନ ବିଶେଷତ୍ୱ ରହିଛି। ହେଲେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ଭଗବାନ ଶିବଙ୍କ ପୂର୍ବରୁ ଲଙ୍କେଶ୍ୱର ରାବଣଙ୍କ ପୂଜା ହୋଇଥାଏ। ଏହା ପଛରେ ଏକ କାହାଣୀ ରହିଛି।
ଉଦୟପୁରଠାରୁ ୮୦ କିମି ଦୂରରେ ଅବସ୍ଥିତ ଏକ ପାହାଡ଼ ଉପରେ ରହିଛି ଭଗବାନ ଶିବଙ୍କ ଏକ ବହୁ ପୂରାତନ ମନ୍ଦିର। ପୁରାଣ ଅନୁସାରେ ରାବଣ ଏହି ମନ୍ଦିରର ସ୍ଥାପନା କରିଥିଲେ। ଏହି ସ୍ଥାନରେ ରାବଣ ନିଜ ମୁଣ୍ଡ କାଟି ଅଗ୍ନିକୁଣ୍ଡରେ ଭଗବାନ ଶିବଙ୍କୁ ଅର୍ପିତ କରିଥିଲେ। ସେହି ସମୟରେ ଭଗବାନ ଶିବ ପ୍ରସନ୍ନ ହୋଇ ରାବଣଙ୍କ ନାଭିରେ ଅମୃତ କୁଣ୍ଡ ସ୍ଥାପିତ କରିଥିଲେ ବୋଲି ପୁରାଣରେ ବର୍ଣ୍ଣିତ ରହିଛି। ଏହି ମନ୍ଦିରର ବିଶେଷତ୍ୱ ହେଉଛି ଏଠାରେ ଶିବଙ୍କୁ ପୂଜା କରିବା ପୂର୍ବରୁ ରାବଣଙ୍କ ପୂଜା କରାଯାଇଥାଏ। ଏପରି ନ କଲେ ପୂଜା ବ୍ୟର୍ଥ ହୋଇଥାଏ ବୋଲି ମାନ୍ୟତା ରହିଛି।

Share