Categories: ଫୁରସତ

ଏମିତି ମନ୍ଦିର ଯେଉଁଠି ପ୍ରସାଦ ବଦଳରେ ଭକ୍ତଙ୍କୁ ଦିଆଯାଏ ଟଙ୍କା, ଅଳଙ୍କାର

ଭାରତରେ ଏମିତି ଅନେକ ମନ୍ଦିର ରହିଛି ଯାହାର ନିଜର ସ୍ବତନ୍ତ୍ରତା ରହିଛି। ସେମିତି ଏକ ମନ୍ଦିର ହେଉଛି ମଧ୍ୟପ୍ରଦେଶର ରତଲାମ ଶହରର ମାଣକରେ ଅବସ୍ଥିତ ମା’ ଲକ୍ଷ୍ମୀଙ୍କ ମନ୍ଦିର। ଏହି ମନ୍ଦିରର ବିଶେଷତ୍ୱ ହେଉଛି ଏଠାରେ ଭକ୍ତଙ୍କୁ ପ୍ରସାଦ ବଦଳରେ ମା’ଙ୍କ ଗହଣା, ଟଙ୍କା ଆଦି ପ୍ରଦାନ କରାଯାଇଥାଏ। ଏଠାକୁ ଆସୁଥିବା ଭକ୍ତମାନେ ସୁନା, ରୂପା, ଟଙ୍କା ନେଇ ଘରକୁ ଫେରିଥାନ୍ତି।
ବର୍ଷର ସବୁ ସମୟରେ ମା’ଙ୍କ ଏହି ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ଭକ୍ତମାନେ ଏଠାକୁ ଆସି କୋଟି କୋଟି ଟଙ୍କାର ଅଳଙ୍କାର ମା’ଙ୍କ ପାଦରେ ଚଢ଼ାଇଥାନ୍ତି। ଦୀପାବଳି ସମୟରେ ଅର୍ଥାତ୍‌ ଧନତେରାସ୍‌ରୁ ୫ଦିନ ପର୍ଯ୍ୟନ୍ତ ଏହି ମନ୍ଦିରରେ ଦିପୋତ୍ସବର ଆୟୋଜନ କରାଯାଇଥାଏ। ଏହି ଅବସରରେ ମା’ଙ୍କୁ ଫୁଲ, ଫଳ ପରିବର୍ତ୍ତେ ଭକ୍ତଙ୍କ ଦ୍ୱାରା ଚଢ଼ାଯାଇଥିବା ସୁନା, ରୂପା ଏବଂ ଟଙ୍କାରେ ସଜାଯାଇଥାଏ। ଦୀପାବଳିରେ ମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ପ୍ରସାଦ ରୂପେ ଏହି ଟଙ୍କା ଓ ଗହଣା ଦିଆଯାଇଥାଏ। ମନ୍ଦିରରେ ଗହଣା ଓ ଟଙ୍କା ଚଢ଼ାଇବା ପରମ୍ପରା କାହିଁ କେଉଁ କାଳରୁ ଚାଲିଆସୁଛି। ପ୍ରଥମେ ଏଠାର ରାଜା ରାଜ୍ୟର ସମୃଦ୍ଧି ପାଇଁ ମନ୍ଦିରରେ ଧନ ଚଢ଼ାଉଥିଲେ। ପରେ ଭକ୍ତମାନଙ୍କ ଦ୍ୱାରା ଏହି ପରମ୍ପରା ଚାଲିଆସୁଛି। ଏପରି କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ତାଙ୍କ ପରିବାର ଉପରେ ପଡ଼ିଥାଏ ବୋଲି ବିଶ୍ୱାସ ରହିଛି।

Share