Categories: ଫୁରସତ

ଏମିତି ବହି: ଚାହିଁଲେ ମଧ୍ୟ ପଢ଼ିପାରିବେନି, ଜାଣନ୍ତୁ କାରଣ

ବିଶ୍ୱରେ ଅନେକ ଅଜବ ଜିନିଷ ଭରପୂର ହୋଇରହିଛି। ଯାହାର କାରଣ ଆଜି ମଧ୍ୟ ଅସ୍ପଷ୍ଟ। ସେହିପରି ଏକ ଅଜବ ବହି ଦେଖିବାକୁ ମିଳିଛି ଇଂଲଣ୍ଡରେ। ଯାହାକୁ ଆପଣ ଚାହିଁଲେ ମଧ୍ୟ ପଢ଼ିପାରିବେନି। ୨୪୦ ପୃଷ୍ଠାର ଏହି ବହିକୁ ଆଜିପର୍ଯ୍ୟନ୍ତ କେହି ପଢ଼ିପାରିନାହାନ୍ତି। କାରଣ ଏହି ବହିଟି କେଉଁ ଭାଷାରେ ଲେଖାଯାଇଛି ତାହା କୌଣସି ଭାଷାବିତ୍‌ ମଧ୍ୟ ଜାଣିପାରୁନାହାନ୍ତି କି ବୁଝି ପାରୁନାହାନ୍ତି। ଐତିହାସିକମାନେ କୁହନ୍ତି, ଏହା ପ୍ରାୟ ୬୦୦ ବର୍ଷର ପୁରୁଣା ବହି। କାର୍ବନ ଡେଟିଂ ଦ୍ୱାରା ଏହା ଜଣାପଡ଼ିଛି।

ବହିଟି ଯଦିଓ ହାତରେ ଲେଖାଯାଇଛି, ତାହା କେଉଁ ଭାଷାରେ ଲେଖାଯାଇଛି ସ୍ପଷ୍ଟ ବୁଝି ହେଉନାହିଁ। ଏହି ବହିର ନାମ‘ଭୋଏନିକ୍‌ ମନୁସ୍କ୍ରିପ୍ଟ’ ଦିଆଯାଇଛି। ବହିଟିରେ ମଣିଷଠାରୁ ଆରମ୍ଭ କରି ଗଛଲତା, ପଶୁପକ୍ଷୀ ସମସ୍ତଙ୍କ ଚିତ୍ର ରହିଛି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ବହିରେ ଅଙ୍କାଯାଇଥିବା କିଛି ଗଛ ବିଶ୍ୱରେ ନାହିଁ। ବହିଟିକୁ ଦେଖିଲେ ଲାଗୁଛି ଅନେକ ପୃଷ୍ଠା ବିଶିଷ୍ଟ ଥିଲା। ମାତ୍ର ବର୍ତ୍ତମାନ ୨୪୦ ପୃଷ୍ଠା ରହିଛି। ବାକି ନଷ୍ଟ ହୋଇଯାଇଛି। ବହିରେ କିଛି କିଛି ଶବ୍ଦ ଲ୍ୟାଟ୍ରିନ୍‌ ଏବଂ ଜର୍ମାନ ଭାଷାରେ ଲେଖାଯାଇଛି। ଯାହାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି। କେତେକ ଭାଷାବିତ୍‌ କୁହନ୍ତି, ବହିରେ ଯାହା ବି ଲେଖାଯାଇଛି ବୋଧହୁଏ କିଛି ଗୁପ୍ତ ରଖିବା ପାଇଁ ଲେଖାଯାଇଛି।

Share