ଏମିତି ପାଳନ୍ତୁ ହୋଲି

କରୋନା ଭାଇରସ୍‌ କାରଣରୁ ଏଥର ହୋଲି ଉତ୍ସବ ପାଳନକୁ ନେଇ ବିଭିନ୍ନ ସ୍ଥାନରେ ଦ୍ୱନ୍ଦ୍ୱ ଦେଖା ଦେଇଛି। କିଛି ଲୋକ ତ ଏପର୍ଯ୍ୟନ୍ତ ଦ୍ୱନ୍ଦ୍ୱରେ ଅଛନ୍ତି ଯେ ହୋଲି ଖେଳିବେ କି ନାହିଁ। ଆପଣ ଯଦି ହୋଲି ଖେଳର ମଜା ନେବାକୁ ଚାହାନ୍ତି ତା’ହେଲେ କରୋନା ଭାଇରସରୁ ରକ୍ଷା ପାଇବା ସହ କିପରି ସୁରକ୍ଷିତ ଭାବେ ହୋଲି ପାଳନ କରିପାରିବେ ସେ ସମ୍ପର୍କରେ ଜାଣି ରଖନ୍ତୁ।

ସର୍ବପ୍ରଥମେ ପ୍ରାକୃତିକ ରଙ୍ଗ ବ୍ୟବହାର କରନ୍ତୁ ଏବଂ କୌଣସି ପ୍ରକାର ରାସାୟନିକ ରଙ୍ଗ ବ୍ୟବହାର କରନ୍ତୁ ନାହିଁ।
ପିଲାଙ୍କୁ ପାଣି ସହ ହୋଲି ଖେଳିବାକୁ ମନା କରନ୍ତୁ। କାରଣ କରୋନା ଭାଇରସ୍‌ ଓଦା ଏବଂ ଥଣ୍ଡା ଦେହରେ ଶୀଘ୍ର ସଂକ୍ରମଣ ସୃଷ୍ଟି କରିଥାଏ।
ଭିଡ଼ ସ୍ଥାନରେ ଅଧିକ ଲୋକଙ୍କ ସହ ହୋଲି ନ ଖେଳି ଘରେ ପରିବାର ତଥା ସମ୍ପର୍କୀୟମାନଙ୍କ ସହ ହୋଲି ଖେଳର ମଜା ନିଅନ୍ତୁ।
ବାହାର ଲୋକ ଆପଣଙ୍କ ପାଖକୁ ହୋଲି ଖେଳିବା ନିମନ୍ତେ ଆସିଲେ ସେମାନଙ୍କୁ ପ୍ରଥମେ ସାନିଟାଇଜର ବ୍ୟବହାର କରିବାକୁ ଦିଅନ୍ତୁ।
ଅଜବ ଲାଗିଲେ ବି ମାସ୍କ ଲଗାଇ ହୋଲି ଖେଳିବାକୁ ଚେଷ୍ଟା କରନ୍ତୁ।
ରଙ୍ଗରେ ପୂରା ବୁଡ଼ି ନ ଯାଇ ଅଳ୍ପ ରଙ୍ଗ ବ୍ୟବହାର କଲେ ଭଲ। ଏହା ସହ ବାହାରୁ ଆସିଥିବା ମିଠା ଖାଇବା ବଦଳରେ ଘର ତିଆରି ମିଠା ବ୍ୟବହାର କରନ୍ତୁ।