Categories: ଜାତୀୟ

ଏମିତି ପରିବାରଙ୍କୁ ସହଯୋଗ ଦରକାର: ପୀଡିତାଙ୍କ ପିତା

ହାଇଦ୍ରାବାଦ,୬।୧୨: ଦେଶର ସବୁଠାରୁ ଚର୍ଚ୍ଚିତ ଖବର ହାଇଦ୍ରାବାଦ ଏନ୍‌କାଉଣ୍ଟରକୁ ନେଇ ଏବେବି ଆଲୋଚନା ଜାରି ରହିଛି। ପୋଲିସର କାର୍ଯ୍ୟକୁ ସବୁ ମହଲରୁ ପ୍ରଶଂସା ମିଳୁଛି। ଏତିକି ବେଳେ ପୀଡିତାଙ୍କ ପିତା କହିଛନ୍ତି ନ୍ୟାୟ ମିଳିଲା, ମୋତେ କିନ୍ତୁ ମୋ ଝିଅ ଆଉ ମିଳିବନି। ହେଲେ ଏମିତି ପରିବାର ସହ ଦେଶ ଠିଆ ହେବା ଦରକାର। କାରଣ ଗୋଟିଏ ବଳାତ୍କାର ପୀଡିତା ଝିଅଙ୍କୁ ହରାଇବା ତାଙ୍କ ପରିବାର ପାଇଁ କେତେ ଭୟଙ୍କର ତାହା କଥାରେ କହିବା କଷ୍ଟକର। ସୂଚନାଯୋଗ୍ୟ, ଗତ ନଭେମ୍ବର ୨୭ରେ ଜଣେ ଭେଟରିନାରୀ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ଜୀଅନ୍ତା ପୋଡି ମାରିବା ଘଟଣା ସମଗ୍ର ଦେଶର ମେରୁଦଣ୍ଡକୁ ଏକ ପ୍ରକାର ଦୋହଲାଇ ଦେଇଥିଲା। ଆଉ ଶେଷରେ ଶୁକ୍ରବାର ପୋଲିସ ଏନ୍‌କାଉଣ୍ଟରରେ ଅଭିଯୁକ୍ତଙ୍କ ମୃତ୍ୟୁ ହେବା ପରେ ପ୍ରକୃତରେ ପୀଡିତାଙ୍କୁ ନ୍ୟାୟ ମିଳିଲା ବୋଲି କୁହାଯାଇଛି।

Share