ଏମିତି ନଦୀ ଯାହାର ବାଲିରୁ ମିଳେ ମୁଠା ମୁଠା ସୁନା…

ଝାଡ଼ଖଣ୍ଡରେ ରହିଛି ସୁବର୍ଣ୍ଣ ରେଖା ନଦୀ। ରତ୍ନଗର୍ଭାଠାରୁ ୧୫ କିମି ଦୂରରେ ରହିଛି ଏହି ନଦୀ। ସୂର୍ଯ୍ୟାଲୋକ ପଡ଼ିଲେ ନଦୀର ଜଳ ସୁନା ପରି ଚକଚକ କରିଥାଏ। ଏଠାକାର ବାସିନ୍ଦା ନଈ ବାଲିରୁ ସୁନା ସଂଗ୍ରହ କରିଥାନ୍ତି। ରତ୍ନଗର୍ଭାର ମାଟିତଳେ ଅନେକ ମୂଲ୍ୟବାନ ଧାତୁ ରହିଥିବା କୁହାଯାଏ। ଏହା ଉପରେ ସୁବର୍ଣ୍ଣରେଖା ପ୍ରବାହିତ ହେଉଥିବାରୁ ଏଠାରେ ଥିବା ଛୋଟଛୋଟ ସୁନାଖଣ୍ଡ ନଦୀ ଶଯ୍ୟାରେ ଜଳ ସ୍ରୋତରେ ପ୍ରବାହିତ ହେବା ସହିତ ବାଲିରେ ମଧ୍ୟ ମିଶି ରହିଥାଏ। ନଦୀ ଉପରେ ନିର୍ଭରକରି ଏଠାକାର ଲୋକେ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି।

Share