Categories: ଫୁରସତ

ଏମିତି ଦେଶ, ଯେଉଁଠି ମନ୍ତ୍ରୀ ଚାହିଁଲେ ମଦ ପିଇ ମଧ୍ୟ କରିପାରିବେ ବଜେଟ୍‌ ଉପସ୍ଥାପନ

ପ୍ରତ୍ୟେକ ଦେଶର ସରକାର ପ୍ରତିବର୍ଷ ବଜେଟ୍‌ ପ୍ରସ୍ତୁତ କରିଥାନ୍ତି। ମୁଖ୍ୟତଃ ବଜେଟ୍‌ ଉପସ୍ଥାପନ ବେଳେ ସରକାର ଦେଶର ଆୟ ବ୍ୟୟ ହିସାବ କରିଥାନ୍ତି। ଏହି ବଜେଟ୍‌କୁ ଅର୍ଥମନ୍ତ୍ରୀ ସ୍ଥିର ଆଉ ସୁସ୍ଥ ମସ୍ତିଷ୍କରେ ଉପସ୍ଥାପନ କରିଥାନ୍ତି। ମାତ୍ର ଏମିତି ଏକ ଦେଶ ଅଛି, ଯେଉଁଠି ମନ୍ତ୍ରୀ ଚାହିଁଲେ ମଦ ପିଇ ମଧ୍ୟ ବଜେଟ୍‌ ଉପସ୍ଥାପନ କରିପାରିବେ। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଶତ ପ୍ରତିଶତ ଠିକ୍‌। ତେବେ ଜାଣନ୍ତୁ ଏପରି ଦେଶ ସମ୍ପର୍କରେ…

ଏହି ଦେଶର ନାମ ହେଉଛି ବ୍ରିଟେନ୍‌। ଏଠାରେ ଏମିତି ନିୟମ ଅଛି, ମନ୍ତ୍ରୀ ଯଦି ଚାହିଁବେ ମଦ ପିଇ ବଜେଟ୍‌ ଉପସ୍ଥାପନ କରିପାରିବେ। ଏଥିରେ କୌଣସି ବାଧା ନାହିଁ। ବ୍ରିଟେନ୍‌ ସଂସଦରେ ବଜେଟ୍‌ ଉପସ୍ଥାପନ କରୁଥିବା ମନ୍ତ୍ରୀଙ୍କୁ ଚାନ୍ସଲର କୁହାଯାଏ।
ଏକ ରିପୋର୍ଟ ଅନୁଯାୟୀ, ବ୍ରିଟେନ୍‌ର ସଂସଦ ‘ହାଉସ୍‌ ଅଫ୍‌ କମନ୍ସ’ର ନିୟମ ବହିରେ ଏହା ଲେଖାଯାଇଛି। କେବଳ ମଦ ପିଇ ଚାନ୍ସଲର ହିଁ ବଜେଟ୍‌ ଉପସ୍ଥାପନ କରିପାରିବେ। ଏହା ପୁଣି ମାତ୍ର ଗୋଟିଏ ଦିନ ପାଇଁ। ଏହା ପରେ ମଦ ପିଇ ସଂସଦକୁ ଆସିଲେ ଦଣ୍ଡିତ ହେବେ। ବ୍ରିଟେନ୍‌ରେ ଏହି ନିୟମ ଦଶକରୁ ଚାଲିଆସୁଛି। କିନ୍ତୁ ଲୋକେ ଆଜିକାଲି ଏହାକୁ ଅସଗଂତି କହୁଛନ୍ତି।

Share