ଏମିତି ଡ୍ରେସ୍‌ ପିନ୍ଧି ଟ୍ରୋଲ୍‌ ହେଲେ ଅମୀରଙ୍କ ଝିଅ ଇରା

ଅମୀର ଖାନ୍‌ଙ୍କ ଝିଅ ଇରା ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। କିଛିଦିନ ତଳେ ଶୁଣିବାକୁ ମିଳିଥିଲା ସେ ଏକ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତ। ଏବେ ତାଙ୍କ ଡ୍ରେସ୍‌ ପିନ୍ଧିବାକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏଥିରେ ସେ ଏକ କଳା ରଙ୍ଗର ଡ୍ରେସ୍‌ ପିନ୍ଧିବା ସହ ଆଭେଞ୍ଜର୍ସର ଜୋତା ପିନ୍ଧିଥିଲେ। ଲାଲ୍‌ରଙ୍ଗର ଲିପ୍‌ଷ୍ଟିକ୍‌ ଲଗାଇ କୌଣସି ହିରୋଇନ୍‌ଙ୍କଠାରୁ କମ୍‌ ଲାଗୁ ନ ଥିଲେ। କିନ୍ତୁ ଇରାଙ୍କୁ ଏମିତି ଦେଖି ଫ୍ୟାନ୍‌ମାନେ ଟ୍ରୋଲ୍‌ କରିବାରେ ଲାଗିପଡ଼ିଛନ୍ତି। ଫ୍ୟାନ୍‌ଙ୍କୁ ଇରାଙ୍କ ଡ୍ରେସ୍‌ ପସନ୍ଦ ଆସିନାହିଁ। ଜଣେ ୟୁଜର ଲେଖିଛନ୍ତି,ଏତେ ଟଙ୍କା ଅଛି, କିଛି ଭଲ ଡ୍ରେସ୍‌ ତ କିଣି ପିନ୍ଧ। ଆଉ ଜଣେ ୟୁଜର ଲେଖିଛନ୍ତି, କେମିତିକା ଡ୍ରେସ୍‌ ପିନ୍ଧିବା ଦରକାର କେହି ଇରାଙ୍କୁ ଶିଖାଅ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଇଏ କେମିତିକା ଡ୍ରେସ୍‌ ଯାହା ବୁଢ଼ିଆଣୀ ଜାଲ ପରି ଆଉ ଏହାକୁ ଧରି ଚାରିଆଡ଼େ ବୁଲୁଛନ୍ତି ଇରା। କହିରଖୁଛୁ, ଇରା ଏକ ଫିଲ୍ମର ନିର୍ଦ୍ଦେଶନା ଜରିିଆରେ ବଲିଉଡ୍‌ରେ ପାଦ ଥାପିବାକୁ ଯାଉଛନ୍ତି। ଏବେଠାରୁ ଟ୍ରୋଲ୍‌ ହେଲେଣି। ଆଗକୁ କ’ଣ ଘଟୁଛି ଦେଖିବାକୁ ଯାହା ବାକି ରହିଲା।

Share