Categories: ଫୁରସତ

ଏମିତି ଗର୍ତ୍ତ, ଯାହା କେବେ ପୂରଣ ହେଉନି

ବିଶ୍ୱରେ ଏମିତି କିଛି ରହସ୍ୟ ଲୁଚି ରହିଛି, ଯାହା ସମ୍ପର୍କରେ ଜାଣିବା କଷ୍ଟକର। ସେହିପରି ଏକ ରହସ୍ୟ ସ୍ଥାନ ରହିଛି ସାଉଦି ଆରବରେ। ଏଠାରେ ଏମିତି ଏକ ଗର୍ତ୍ତ ଅଛି, ଯାହା କେବେ ପୂରଣ ହେଉନାହିଁ। ଆଜି ମଧ୍ୟ କେହି ତାହାର କାରଣ ଖୋଜି ପାଉନାହାନ୍ତି। ସାଉଦି ଆରବର ଉତ୍ତରରେ ଅଲ୍‌ ଜଫ୍‌ ପ୍ରାନ୍ତରେ ଏକ ମରୁଭୂମିରେ ବିରାଟ ଗର୍ତ୍ତଟିଏ ରହିଛି। ଯାହା ଆଜି ପର୍ଯ୍ୟନ୍ତ ପୂରଣ ହେଉନାହିଁ। କିଛି ବର୍ଷ ପୂର୍ବେ ଏହାର ଭିଡିଓ ଭାଇରାଲ ହୋଇଥିଲା। ଏହି ଗର୍ତ୍ତରେ କିଛି ଜିନିଷ ପକାଇଲେ ତାହା ପୁଣି ଫେରିଆସେ।

ଏପରିକି ଭିଡିଓରେ ଦେଖିବାକୁ ମିଳିଥିଲା ଲୋକେ ବୁଲ୍‌ଡୋଜର ସହାୟତାରେ ମାଟି ପକାଇ ଗର୍ତ୍ତକୁ ପୂରଣ କରିବା ପାଇଁ ଚେଷ୍ଟା କରୁଥାନ୍ତି କିନ୍ତୁ ମାଟି ବାହାରକୁ ଉଠି ଆସୁଥିଲା। ଏହି ଗର୍ତ୍ତରୁ ପ୍ରାୟ ୧୦୦ ଫୁଟ ଉଚ୍ଚକୁ ବାଲି ଉଠୁଥିବା ଦେଖିବାକୁ ମିଳିଥିଲା। କିଛି ଲୋକ କୁହନ୍ତି, ମରୁଭୂମି ଅଞ୍ଚଳରେ ସ୍ଥାନେ ସ୍ଥାନେ ବ୍ଲୁ ହୁଇଲ୍‌ସ ସୃଷ୍ଟି ହୋଇଥାଏ। ଯାହାକୁ ପୂରଣ କରିବା କଷ୍ଟସାଧ୍ୟ। ସେ ଯାହା ବି ହେଉନା କାହିଁକି ଆଜିପର୍ଯ୍ୟନ୍ତ ଏ ସମ୍ପର୍କରେ ସଠିକ୍‌ କାରଣ ଜଣାପଡ଼ିନାହିଁ।

Share