Posted inଫୁରସତ

ଏମିତି ଏକ ମନ୍ଦିର, ଯେଉଁଠି ଗୋବରରେ ପୂଜା ପାଆନ୍ତି ଗଣେଶ

ମଧ୍ୟପ୍ରଦେଶର ମହେଶ୍ୱରଠାରେ ଥିବା ଏକ ମନ୍ଦିରରେ ଗୋବରରେ ନିର୍ମିତ ଗଣେଶ ପୂଜା ପାଇଥା’ନ୍ତି। ଭାରତରେ ଯେତେ ବି ମନ୍ଦିର ଅଛି ସବୁ ମନ୍ଦିରର କିଛି ନା କିଛି ଇତିହାସ ରହିଛି। ତେବେ ଆପଣ ଏହା ବିଶ୍ୱାସ କରିବେନି କି, ଏହି ମନ୍ଦିରରେ ପୂଜା ପାଉଥିବା ଭଗବାନ ଗଣେଶ ଗୋବରରେ ତିଆରି ହୋଇଛନ୍ତି। ଏହି ମନ୍ଦିରରେ ପୂଜା ପାଇଁ ଆସୁଥିବା ଭକ୍ତ ଗୋବରର ପବିତ୍ରତା ଉପରେ ବିଶ୍ୱାସ କରନ୍ତି। ଗୋବରରେ ପଞ୍ଚତତ୍ତ୍ୱ ରହୁଥିବାରୁ ଏଥିରେ ନିର୍ମିତ ଗଣେଶଙ୍କୁ ପୂଜା କରିବା ଦ୍ୱାରା ଅପାର କରୁଣା ଲାଭ ହୁଏ ବୋଲି ସ୍ଥାନୀୟ ଲୋକଙ୍କ ଧାରଣା ରହିଛି। ସେହିପରି ଗୋବରରେ ଧନଦାତ୍ରୀ ମା’ ଲକ୍ଷ୍ମୀ ବାସ କରୁଥିବାରୁ ଏକତ୍ର ଗଣେଶ ଓ ଲକ୍ଷ୍ମୀଙ୍କର ପୂଜା କରିବାର ସୌଭାଗ୍ୟ ମିଳିଥାଏ। ଏହାଦ୍ୱାରା ସାଂସାରିକ ଜୀବନରେ ଥିବା ସମସ୍ୟା ସହ ଆର୍ଥିକ ସଙ୍କଟ ମଧ୍ୟ ଦୂର ହୋଇଥାଏ ବୋଲି ଗୋବର ଗଣେଶଙ୍କ ଉପାସକ କୁହନ୍ତି। ତେବେ ଏହି ମନ୍ଦିରର ଆଉ ଏକ ସ୍ବତନ୍ତ୍ରତା ରହିଛି ଯେ, ଏହି ମନ୍ଦିରର ଆକାର ମନ୍ଦିର ପରି ନୁହେଁ ବରଂ ମସଜିଦ ପରି। ଔରଙ୍ଗଜେବଙ୍କ ଶାସନ ସମୟରେ ସେ ଏହି ମନ୍ଦିରକୁ ଭାଙ୍ଗି ମସଜିଦ ନିର୍ମାଣ କରିବାକୁ ଚେଷ୍ଟା କରିଥିଲେ। ସେହିଦିନ ଠାରୁ ଏହି ମନ୍ଦିରର ଆକାର ମସଜିଦ ପରି ରହିଛି। ମନ୍ଦିରରେ ଗଣେଶଙ୍କ ଗଳାରେ ହାର ଏବଂ ମୁଣ୍ଡରେ ସୁନ୍ଦର ମୁକୁଟ ଆପଣ ଦେଖିବାକୁ ପାଇବେ। ଏହି ମନ୍ଦିର ବହୁ ଲୋକପ୍ରିୟ। ପ୍ରଭୁ ଶ୍ରୀ ଗଣେଶ ସମସ୍ତଙ୍କ ମନସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶରୁ ସିଧା କାର ଉପରେ ଖସିଲା ବିମାନ, ଭାଇରାଲ ହେଲା ଭୟଙ୍କ ଭିଡ଼ିଓ

ଫ୍ଲୋରିଡା,୧୨।୧୨: ଏକ ବିମାନ ଆକାଶରୁ ଖସି ସିଧା ଏକ ଚଳନ୍ତା କାର ଉପରେ ପଡ଼ିଲା। ଆମେରିକାର ଫ୍ଲୋରିଡାରେ ଏକ ଭୟଙ୍କର ଘଟଣା ଘଟିଛି। ବିମାନଟି କାର...

Rajinikanth 75th Birthday: ୭୫ ବର୍ଷରେ ବି ରଜନୀକାନ୍ତଙ୍କ କ୍ରେଜ ଜାରି, ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୨।୧୨:ଆଜି ସୁପରଷ୍ଟାର ରଜନୀକାନ୍ତଙ୍କର ଜନ୍ମଦିନ । ସାଉଥ ସୁପରଷ୍ଟାର ରଜନୀକାନ୍ତ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେଇଆସୁଛନ୍ତି । ସାରା ବିଶ୍ବରେ...

ହେବ ତୃତୀୟ ବିଶ୍ୱଯୁଦ୍ଧ! ଚେତାବନୀ ଦେଲେ ଟ୍ରମ୍ପ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ୍‌,୧୨।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନାରେ ପ୍ରାୟ ବିରକ୍ତ ହୋଇପଡିଲେଣି। ଅନେକ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ...

ପ୍ରଥମ ଥର ପାଇଁ ଚାଞ୍ଚଲ୍ୟକର ମର୍ଡର କଲା ChatGPT! ଘଟଣା ଜାଣିଲେ…

ନୂଆଦିଲ୍ଲୀ,୧୨।୧୨:  ବର୍ତ୍ତମାନ ସମୟରେ ଯୁବପିଢିଙ୍କ ମଧ୍ୟରେ ଚାଟଜିପିଟିର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ହେଲେ ଏହାରି ଭିତରେ ଚାଟଜିପିଟିକୁ ନେଇ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି...

ଭାରତ ନିଜସ୍ୱ ବାୟୁ ମାନଦଣ୍ଡ ସ୍ଥିର କରିବ: ବିଶ୍ୱ ପ୍ରଦୂଷଣ ରାଙ୍କିଙ୍ଗକୁ ଗ୍ରହଣ କଲେନି ସରକାର

ନୂଆଦିଲ୍ଲୀ,୧୨।୧୨: ବିଭିନ୍ନ ସଂସ୍ଥା ଦ୍ୱାରା ପ୍ରକାଶିତ ବିଶ୍ୱ ବାୟୁ ଗୁଣବତ୍ତା ରାଙ୍କିଙ୍ଗଗୁଡ଼ିକୁ କୌଣସି ସରକାରୀ କର୍ତ୍ତୃପକ୍ଷ କରୁ ନାହାନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ବାୟୁ...

ମାତ୍ର ୧୦୦ ଟଙ୍କାରେ ମିଳିବ ଟି-୨୦ ବିଶ୍ୱକପ ଟିକେଟ୍‌, କେଉଁଠି ଆଉ କେମିତି କରିବେ ବୁକିଂ ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୧୨: ICC ପୁରୁଷ ଟି-୨୦ ବିଶ୍ୱକପର ୧୦ମ ସଂସ୍କରଣ ଫେବୃଆରୀ ୭ ତାରିଖରେ ଆରମ୍ଭ ହେବ। ଏଥିରେ ଏକ ଗ୍ରୁପ ପର୍ଯ୍ୟାୟ, ଏକ ସୁପର ୮...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ପାରଦ ତଳ ମୁହାଁ ଯୋଗୁ ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାରପାତ

ଜି.ଉଦୟଗିରି, ୧୨/୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ବିଗତ ଦୁଇ ସପ୍ତାହ ହେବ ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri