ଏମାନେ ବି ଷ୍ଟାର…

କ୍ୟାବ୍‌ ଡ୍ରାଇଭିଂରୁ ରାଜନୀତି, ସାମୂହିକ କାର୍ଯ୍ୟରୁ ମଡେଲିଂ -ସବୁକ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରୁଛନ୍ତି ଏମାନେ। ଟ୍ରାନ୍ସଜେଣ୍ଡର ଆକ୍ଟିଭିଷ୍ଟ ଲକ୍ଷ୍ମୀନାରାୟଣ ତ୍ରିପାଠୀ ହୁଅନ୍ତୁ କି ଭାରତର ପ୍ରଥମ କିନ୍ନର ଆଇନଜୀବୀ ସତ୍ୟଶ୍ରୀ ଶର୍ମିଲା କିମ୍ବା ପ୍ରଥମ କଲେଜ ଅଧ୍ୟକ୍ଷ ମାନବୀ ବନ୍ଦ୍ୟୋପାଧ୍ୟାୟ, ଏମାନେ ଆଜି ଦେଶର ଚର୍ଚ୍ଚିତ ଚେହେରା । ତେବେ ଏହି ଧାରାରେ ଓଡ଼ିଶାର କିନ୍ନରମାନେ ମଧ୍ୟ ପଛରେ ପଡ଼ିନାହାନ୍ତି। ପ୍ରଥମ ବ୍ୟୁରୋକ୍ରାଟ୍‌ରୁ ଆରମ୍ଭକରି ‘ଓଲା’ ଏବଂ ‘ଉବର୍‌’ର ଦେଶର ପ୍ରଥମ କିନ୍ନର କ୍ୟାବ୍‌ ଡ୍ରାଇଭର ହେବା ସହ ବିଭିନ୍ନ କ୍ଷେତ୍ରରେ ଏମାନେ ଶ୍ରେଷ୍ଠତ୍ୱ ପ୍ରତିପାଦିତ କରି ପାଲଟିଛନ୍ତି ଷ୍ଟାର…

ଦେଶର ପ୍ରଥମ ‘ଫାଇଭ୍‌ ଷ୍ଟାର୍‌’ ଉବର୍‌ ଡ୍ରାଇଭର

ମଲ୍ଟିନ୍ୟାଶନାଲ ଟ୍ରାନ୍ସପୋର୍ଟ କମ୍ପାନୀ ‘ଉବର୍‌’ ପାଇଁ କ୍ୟାବ୍‌ ଚଳାଉଥିବା ଓଡ଼ିଶାର ରାଣୀ ଦେଶର ପ୍ରଥମ ଫାଇଭ୍‌ ଷ୍ଟାର୍‌ କିନ୍ନର ଉବର୍‌ ଡ୍ରାଇଭର ହେବାର ଗୌରବ ଅର୍ଜନ କରିଛନ୍ତି। ସର୍ବଶ୍ରେଷ୍ଠ ରେଟିଂ ପାଇଥିବା ଡ୍ରାଇଭର ସହ ରାଣୀ ଏବେ ଭାରତର ୧ ନମ୍ବର ଉବର ଡ୍ରାଇଭର। ମଧ୍ୟରାତି ହେଉ କି ରାଜଧାନୀ ଭୁବନେଶ୍ୱରର ବ୍ୟସ୍ତବହୁଳ ଟ୍ରାଫିକ୍‌, ଯାତ୍ରୀଙ୍କୁ ଠିକ୍‌ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇ ରାଣୀ ସମସ୍ତଙ୍କ ପ୍ରିୟ ପାଲଟିଥିବା ବେଳେ ଏକୁଟିଆ ମହିଳାଙ୍କୁ ସୁରକ୍ଷିତ ଭାବେ ଘରେ ପହଞ୍ଚାଇ ମହିଳାଙ୍କ ସର୍ବାଧିକ ପ୍ରିୟଭାଜନ ହୋଇଛନ୍ତି। ସେଥିପାଇଁ ୯୫ ପ୍ରତିଶତ ବୁକିଂ କେବଳ ମହିଳାଙ୍କଠାରୁ ପାଇବା ସହ ପ୍ରତି ବୁକିଂରେ ସେ ଫାଇଭ୍‌ ଷ୍ଟାର୍‌ ପାଇଥାନ୍ତି। ରାଣୀଙ୍କ ଏହି ସଫଳତା କେବଳ ଓଡ଼ିଶାର ନୁହେଁ, ବରଂ ଦେଶର ବହୁ କିନ୍ନରଙ୍କୁ କ୍ୟାବ୍‌ ଡ୍ରାଇଭିଂ ପ୍ରତି ଆକର୍ଷିତ କରିଛି। ଲୋକଙ୍କ ଟାହିଟାପରାକୁ ଖାତିର ନକରି ସେ କିଭଳି ଜଣେ ସାଧାରଣ ଅଟୋରିକ୍ସା ଡ୍ରାଇଭରରୁ ଦେଶର ଏକ ନମ୍ବର ଡ୍ରାଇଭର ହେବା କିଛି କମ୍‌ କଥା ନୁହେଁ।

ରାଜନୀତି ମଇଦାନରେ କାଜଲ

୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ ପ୍ରଥମଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ କିନ୍ନର କାଜଲ। ପୂର୍ବରୁ ସାମାଜିକ କର୍ମୀଭାବେ ଲୋକପ୍ରିୟତା ହାସଲ କରିଥିବା କାଜଲ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ପକ୍ଷରୁ ଯାଜପୁର ଜିଲା କୋରେଇ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। କିନ୍ନରମାନେ କିଭଳି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ ସେଦିଗରେ ସେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ମାତ୍ର ଅଳ୍ପ ଭୋଟ୍‌ ବ୍ୟବଧାନରେ ପରାଜିତ ହୋଇଥିଲେ ମଧ୍ୟ ପଛଘୁଞ୍ଚା ଦେଇନାହାନ୍ତି। ସାମାଜିକ କାର୍ଯ୍ୟ ସହ ଏବେ ବି କାଜଲ ଜଡ଼ିତ ରହିଛନ୍ତି। କେବଳ କାଜଲ ନୁହନ୍ତି, ନିଖିଳ ଓଡ଼ିଶା କିନ୍ନର ଓ ତୃତୀୟଲିଙ୍ଗୀ ମହାସଂଘର ସଭାପତି ଥିବା ମୀରା ଏବଂ ମେନକାଙ୍କ ଭଳି ପରିଚିତ ଚେହେରା ଗତ ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଯେଉଁଥିପାଇଁ ବିଗତ ବର୍ଷଗୁଡିକ ଅପେକ୍ଷା ଚଳିତ ବର୍ଷ ନିର୍ବାଚନରେ କିନ୍ନରମାନଙ୍କ ସକ୍ରିୟ ଉପସ୍ଥିତି ଦେଖିବାକୁ ମିଳିଥିଲା। ଓଡ଼ିଶାରେ ପ୍ରାୟ ୨୫ ହଜାରରୁ ଊର୍ଦ୍ଧ୍ୱ କିନ୍ନର ରହିଥିବା ବେଳେ ଏଲ୍‌ଜିବିଟି କମ୍ୟୁନିଟି ଭୋଟରଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଥିଲା।

ପ୍ରଥମ ବ୍ୟୁରୋକ୍ରାଟ୍‌ ଐଶ୍ୱର୍ଯ୍ୟା

ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନ କେବଳ ଓଡ଼ିଶା ନୁହେଁ, ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର ସିଭିଲ ସର୍ଭ୍ୟାଣ୍ଟ୍‌ ବା ପ୍ରଶାସକ ହେବାର ଗୌରବ ଅର୍ଜନ କରିଛନ୍ତି। ଓଡ଼ିଶା ଫିନାନ୍ସିଆଲ ସର୍ଭିସ୍‌(ଓଏଫ୍‌ଏସ୍‌) ଓଡ଼ିଶା ଅର୍ଥନୈତିକ ସେବାରେ କୃତକାର୍ଯ୍ୟ ହୋଇ ସେ ରାଜ୍ୟର ପ୍ରଥମ ଟ୍ରାନ୍ସଜେଣ୍ଡର ବ୍ୟୁରୋକ୍ରାଟ୍‌ ହୋଇଥିଲେ। ୨୦୧୦ରେ ଓଏଫ୍‌ଏସ୍‌ରେ ଯୋଗଦେଇଥିବା ଐଶ୍ୱର୍ଯ୍ୟା ପ୍ରଥମେ କମର୍ସିଆଲ ଟ୍ୟାକ୍ସ ଅଫିସରଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଏବେ ସେ ଜିଏସ୍‌ଟିର ଡେପୁଟି କମିଶନରଭାବେ କାର୍ଯ୍ୟ କରୁଥିବା ବେଳେ କର୍ମକ୍ଷେତ୍ରରେ ବିଶେଷ ସଫଳତା ହାସଲ କରିଛନ୍ତି। ବହୁ ପ୍ରତିବନ୍ଧକ ସତ୍ତ୍ୱେ ଦୃଢ ଇଚ୍ଛାଶକ୍ତି ବଳରେ ସେ ଏହି ସଫଳତା ହାସଲ କରିଛନ୍ତି। କେବଳ ଏତିକି ନୁହେଁ, ୨୦୧୫ରେ ଔପଚାରିକଭାବେ ନିଜର ଲିଙ୍ଗ ପରିବର୍ତ୍ତନ କରି ସେ ଆଉଏକ ଉଦାହରଣ ସୃଷ୍ଟି କରିଥିଲେ।

ପ୍ରଥମ ‘ଓଲା’ କ୍ୟାବ୍‌ ଚାଳକ

୨୦୧୮ରେ ଓଡ଼ିଶାର ମେଘନା ସାହୁ ଦେଶର ପ୍ରଥମ ଏବଂ ଏକ ମାତ୍ର ଟ୍ରାନ୍ସଜେଣ୍ଡର ଓଲା କ୍ୟାବ୍‌ ଡ୍ରାଇଭର ହୋଇ ଲୋକଲୋଚନକୁ ଆସିଥିଲେ। ଚିରାଚରିତକୁ ପଛରେ ପକାଇ ସେ ନୂତନ ରାସ୍ତାରେ ଅଗ୍ରସର ହୋଇଛନ୍ତି। ପ୍ରଥମେ ୨୦୧୭ରେ ବାସୁଦେବ ନାୟକଙ୍କ ହାତ ଧରିଥିବା ମେଘନା ଓଡ଼ିଶାର ପ୍ରଥମ କିନ୍ନରଭାବେ ବିବାହ ବନ୍ଧନରେ ଆବଦ୍ଧ ହୋଇ ଚର୍ଚ୍ଚାକୁ ଆସିଥିଲେ। ମାର୍କେଟିଂ ଏବଂ ଏଚ୍‌ଆର୍‌ରେ ଏମ୍‌ବିଏ କରିଥିବା ମେଘନା ଉଚ୍ଚଶିକ୍ଷିତ ହୋଇ ମଧ୍ୟ କିନ୍ନର ହୋଇଥିବା ଯୋଗୁ ଚାକିରି ଖଣ୍ଡେ କରିବାରୁ ବଞ୍ଚତ୍ତ ହୋଇଥିଲେ। ଦୁର୍ବ୍ୟବହାର ଓ ପାତରଅନ୍ତରର ଶିକାର ହେବା ପରେ ନିଜେ ଏକ ଗାଡି କିଣି ତାହାକୁ ବ୍ୟବସାୟିକଭାବେ ଚଳାଇବାକୁ ସ୍ଥିର କରିଥିଲେ। ହେଲେ କମର୍ସିଆଲ ଡ୍ରାଇଭିଂ ଲାଇସେନ୍ସ ପାଇବା ତାଙ୍କ ପାଇଁ କାଠିକର ପାଠଥିଲା। ବହୁ ସଂଘର୍ଷ ପରେ ଲାଇସେନ୍ସ ମିଳିବାରୁ ଓଲା ସହ ଯୋଗାଯୋଗ କରି ଏହାର ପାର୍ଟନର ଡ୍ରାଇଭର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ, ୨୮ ବର୍ଷୀୟ ମେଘନା ଏକ ଏନ୍‌ଜିଓ ସହ କାମ କରୁଥିବା ବେଳେ ସାମାଜିକ ସୁରକ୍ଷା କର୍ମୀଭାବେ ମଧ୍ୟ କିନ୍ନରମାନଙ୍କ ଅଧିକାର ପାଇଁ ଲଢେଇ ଜାରି ରଖିଛନ୍ତି। କିନ୍ନରମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ଏହାସହ ଏକ ଗଣମାଧ୍ୟମ ସଂସ୍ଥା ସହ ଜଡିତ ରହି ମେଘନା ଖବରଦାତାଭାବେ କାମ କରୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri