ଏମାନଙ୍କୁ ପଣସ ଖାଇବା ମନା

ଖରାଦିନେ ପାଚିଲା ପଣସ ଖାଇବାକୁ ଅନେକ ଲୋକ ପସନ୍ଦ କରି ଥାଆନ୍ତି। ହେଲେ ପଣସ ମଧ୍ୟ ଶରୀରରେ ଅନେକ କ୍ଷତି କରିଥାଏ ବୋଲି ନିକଟରେ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି।
-ବିଶେଷ କରି ମଧୁମେହରେ ପୀଡିତ ଥିବା ବ୍ୟକ୍ତି ପାଚିଲା ପଣସ ଖାଇବା ଉଚିତ୍‌ ନୁହେଁ।
-ଗର୍ଭବତୀ ମହିଳା ପଣସ ଖାଇଲେ ଗର୍ଭପାତ ହେବାର ଯଥେଷ୍ଟ ସମ୍ଭାବନା ଥାଏ। ଶିଶୁକୁ ସ୍ତନ୍ୟପାନ କରାଉଥିବା ମହିଳା ମଧ୍ୟ ପଣସ ଖାଇବା ଭଲ ନୁହେଁ।
-ସେହିପରି ଏସିଡିଟି ସମସ୍ୟା ଥିଲେ ପଣସ ଖାଇଲେ ଏହା ବଢିଯାଇଥାଏ।
–ପଣସ ହଜମ ଶକ୍ତିକୁ ପ୍ରଭାବିତ କରୁଥିବାରୁ ଗରମ ସମୟରେ କୋଷ୍ଠ କାଠିନ୍ୟ ଥିବା ବ୍ୟକ୍ତି ଏହାକୁ ନ ଖାଇବା ଭଲ।