ଏଭରେଷ୍ଟରେ ୧୧ ଟନ୍‌ ବର୍ଜ୍ୟବସ୍ତୁ ସଫା କଲା ନେପାଳ: ମିଳିଲା ୪ ପର୍ବତ୍ୟାରୋହୀଙ୍କ ମୃତଦେହ

କାଠମାଣ୍ଡୁ,୨୮।୫: ଏଭରେଷ୍ଟରେ ବର୍ଜ୍ୟବସ୍ତୁ ଗଦା ହେବାରେ ଲାଗିଛି। ନେପାଳ ପକ୍ଷରୁ ଏଭରେଷ୍ଟ ସଫା ଅଭିଯାନ ଅନ୍ତର୍ଗତ ୧୧ ଟନ୍‌ ବର୍ଜ୍ୟବସ୍ତୁ ସଫା କରାଯାଇଛି। ଏଥି ପାଇଁ ୨ କୋଟି ୩୦ ଲକ୍ଷ ଟଙ୍କା ଖଚର୍ଚ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବର୍ଜ୍ୟବସ୍ତୁ ସଫା ସମୟରେ ୪ ପର୍ବତ୍ୟାରୋହୀଙ୍କ ମୃତଦେହ ମିଳିଛି। ମୃତଦେହଗୁଡ଼ିକୁ କାଠମାଣ୍ଡୂ ଅଣାଯାଇଛି। ସୂଚନାଯୋଗ୍ୟ, ୬୬ ବର୍ଷ ପୂର୍ବେ ଏଡମଣ୍ଡ୍‌ ହିଲାରୀ ଏବଂ ତେନଜିଂ ନାଙ୍ଗେ ଶେର୍ପା ଏଭରେଷ୍ଟ ଆରୋହଣ କରିଥିଲେ। ସେମାନଙ୍କ ସହିତ ୧୨ଜଣ ଶେର୍ପା ଥିଲେ। ଏକମାସରୁ ଅଧିକ ଦିନ ଧରି ଏହି ଦଳ ଏଭରେଷ୍ଟରେ ରହିଥିଲେ। ମୋନଙ୍କ ରହିବା ସମୟରେ ନାନାପ୍ରକର ବର୍ଜ୍ୟବସ୍ତୁ ଏଠାରେ ଜମା ହୋଇଥିଲା। ପରବର୍ତ୍ତୀ ସମୟରେ ନେପାଳ ସରକାର ପ୍ରତିବର୍ଷ ଏଭରେଷ୍ଟ ସଫା କାର୍ଯ୍ୟ ଆରମ୍ଭ କରିଥିଲେ। ଏଭଳି କାର୍ଯ୍ୟ ମଧ୍ୟ ଚାଇନା ପକ୍ଷରୁ ଜାରି ରହିଛି।

Share