ଏବେ ସହରକୁ ବିପଦ ସାଳନ୍ଦୀ

ଭଦ୍ରକ ଅଫିସ, ୧।୭ – ସାଳନ୍ଦୀ ନଦୀକୁ ଭଦ୍ରକ ଜିଲାର ଜୀବନରେଖା ବୋଲି କୁହାଯାଉଛି। ହେଲେ ବର୍ତ୍ତମାନ ନଦୀର ଯାହା ଅବସ୍ଥା ବର୍ଷାଋତୁରେ କରାଳ ରୂପ ଧାରଣ କରି ବନ୍ୟାବିତ୍ପାତ ଘଟାଇବ ବୋଲି ଆଶଙ୍କା କରାଯାଉଛି। ଏହି ନଦୀ ଏବେ ଭଦ୍ରକ ସହର ଓ ଗାଁ ଗଣ୍ଡା ପ୍ରତି ବିପଦ ସାଜିଛି। ଜିଲା ପାଇଁ ବିଶେଷକରି ନଦୀର ଦଳ ଓ ଆଡ଼ିବନ୍ଧ ସମସ୍ୟା ସୃଷ୍ଟି କରିଛି। ସାଳନ୍ଦୀ ସଂସ୍କାର ଯୋଜନା ମାଧ୍ୟମରେ ୫ ବର୍ଷ ପୂର୍ବେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ନଦୀ ଦଳରେ ପୋତି ହେବାକୁ ବସିଛି। ନଦୀରୁ ଦଳ ସଫା କରିବା ଆଳରେ ବର୍ଷାଋତୁ ପୂର୍ବରୁ ବିଭାଗ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛି। ହେଲେ କୌଣସି ସୁଫଳ ମିଳିପାରୁ ନ ଥିବାରୁ ଭଦ୍ରକବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ୧୯୯୯ର ପ୍ରଳୟଙ୍କରୀ ମହାବାତ୍ୟାର ପୁନରାବୃତ୍ତି ଏଥର ହୋଇପାରେ ବୋଲି ନଦୀକୂଳିଆ ଲୋକେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଉଲ୍ଲେଖନୀୟ ଯେ, ମହାବାତ୍ୟା ବେଳେ ସାଳନ୍ଦୀ ନଦୀକୁ ସହରର ଜଳ ନିଷ୍କାସିତ ହୋଇ ନ ପାରି ୭ ଦିନ ଧରି ସହରାଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ଏଥିଲାଗି ଭଦ୍ରକବାସୀଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ସାଳନ୍ଦୀ ସଂସ୍କାର ଯୋଜନା କରାଯାଇଥିଲା। ନଦୀଗର୍ଭକୁ ଖନନ କରିବା ସହ ବନ୍ଧକୁ ସୁଦୃଢ କରିବା ଲକ୍ଷ୍ୟ ଥିଲା। କିନ୍ତୁ ତାହା ହୋଇପାରିଲା ନାହିଁ। ଏହି ନଦୀ ଉପରେ ଜିଲାର ଚାଷବାସ ନିର୍ଭର କରୁଛି। ସହରର ମୁଖ୍ୟ ଜଳ ନିଷ୍କାସନ ନାଳ କୁହାଯାଉଥିବା ସାଳନ୍ଦୀ ନଦୀ ଏବେ ଦଳରେ ପରିପୂର୍ଣ୍ଣ। କୁଅଁାସ ଅର୍ଜୁନ ସେତୁ ନିକଟରେ ଦଳ ଆଚ୍ଛାଦିତ ହୋଇ ରହିଛି। ସାମାନ୍ୟ ବର୍ଷାପାଣି ଆସିଲେ ସେତୁର ପିଲର୍‌ ଭାଙ୍ଗିଯିବା ଆଶଙ୍କା ଦେଖାଦେଇଛି। ନଦୀରେ ବନ୍ୟା କଥା ଦୂରେ ଥାଉ ସାମାନ୍ୟ ବର୍ଷାଜଳରେ ଭାସିବ ଭଦ୍ରକ। ଦଳ କାରଣରୁ ଜଳନିଷ୍କାସିତ ହୋଇ ନ ପାରି କୂଳ ଲଙ୍ଘିବ। ଅନ୍ୟପକ୍ଷେ ନଦୀକୂଳିଆ ଭଦ୍ରକ, ତିହିଡ଼ି, ଚାନ୍ଦବାଲି ବ୍ଲକର ହଜାର ହଜାର ହେକ୍ଟର ଚାଷଜମିରେ ଚାଷ ନଷ୍ଟ ହେବାର ଆଶଙ୍କା କରାଯାଇଛି। ଜିଲାକୁ ବନ୍ୟାମୁକ୍ତ କରିବା ସକାଶେ ଆରମ୍ଭ ହୋଇଥିଲା ବୃହତ୍‌ ସାଳନ୍ଦୀ ସଂସ୍କାର ଯୋଜନା। ନଦୀଗର୍ଭ ଖନନ, ପାର୍ଶ୍ୱବନ୍ଧ ନିର୍ମାଣ ଏବଂ ସେତୁ ନିର୍ମାଣରେ ପ୍ରାୟ ଦେଢ଼ ଶହ କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ବେ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରି ନାହିଁ। ସେହିପରି ଗତବର୍ଷ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ସାଳନ୍ଦୀ ଜଳସେଚନ ବିଭାଗ ପକ୍ଷରୁ ନଦୀର ଉପରମୁଣ୍ଡ ଗୋବିନ୍ଦପୁର ପୋଲଠାରୁ ନିମ୍ନଭାଗ ବିଲଣା-ବାରୋ ପର୍ଯ୍ୟନ୍ତ ପ୍ରାୟ ୨୩ ଟି ସେତୁ ସଂଲଗ୍ନ ଅଞ୍ଚଳରେ ଦଳ ସଫେଇ କରାଯାଇଥିଲା। ହେଲେ ଫଳ ଶୂନ। ଏ ସମ୍ପର୍କରେ ବିଭାଗୀୟ ନିର୍ବାହୀଯନ୍ତ୍ରୀ ଆର୍ତ୍ତତ୍ରାଣ ସାହୁଙ୍କୁ ପଚାରିବାରୁ କହିଛନ୍ତି, ସାଳନ୍ଦୀ ନଦୀରୁ ଦଳ ସଫେଇ କାମ ନେଇ ଖୁବ୍‌ଶୀଘ୍ର ଟେଣ୍ଡର ଡକାଯିବ। ଜୁଲାଇ ମାସ ସୁଦ୍ଧା ନଦୀରୁ ଦଳ କଢ଼ା କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ହଦଗଡ ଆନିକଟ ନିର୍ମାଣ ଯୋଗୁ ସାଳନ୍ଦୀ ନଦୀରେ ଆଗ ଭଳି ବନ୍ୟା ଆସୁନାହିଁ। ଫଳରେ ନଦୀ ଜଳ ନିଷ୍କାସିତ ହୋଇ ନ ପାରି ଜମି ରହୁଥିବାରୁ ସାଳନ୍ଦୀ ସବୁବେଳେ ଦଳଭର୍ତ୍ତି ହୋଇ ରହୁଛି। ତେବେ ଏହାର ସ୍ଥାୟୀ ସମାଧାନ ପାଇଁ ବିଭାଗ ଉଦ୍ୟମ କରୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri