Categories: ଫୁରସତ

ଏବେ ବି ହଲ୍‌ରେ ଫିଲ୍ମ ଦେଖିବାକୁ ଯାଉଛନ୍ତି ୯୨ ବର୍ଷୀୟ ଆଡ୍‌ଭାନୀ

ଏକଦା ରାଜନୈତିକ ଜଗତରେ ଭାଜପାର ଭୀଷ୍ମ କୁହାଯାଉଥିବା ଲାଲକୃଷ୍ଣ ଆଡ୍‌ଭାନୀ ୯୨ ବର୍ଷରେ ବି ଖୁବ୍‌ ସକ୍ରିୟ। ଦଳୀୟ କାର୍ଯ୍ୟକ୍ରମରୁ ଦୂରରେ ରହୁଥିବା ଆଡ୍‌ଭାନୀଙ୍କୁ ନିକଟରେ ସାଧାରଣତନ୍ତ୍ର ଦିବସ ପରେଡରେ ଦେଖାଯାଇଥିଲା। କେବଳ ଏତିକି ନୁହେଁ, ସେ ପୃଥ୍ବୀରାଜ ରୋଡ୍‌ରେ ଥିବା ଘରେ ମଧ୍ୟ ପତାକା ଉତ୍ତୋଳନ କରିଥିଲେ। ଏବେ ଏହି ବରିଷ୍ଠ ନେତାଙ୍କ ବାସ୍ତବ ଜୀବନ ବିଷୟରେ ଏକ ରୋଚକ କଥା ପଦାକୁ ଆସିଛି। ତାହା ହେଲା ତାଙ୍କ ଫିଲ୍ମ ଦେଖିବାର ସଉକ।

ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ଆଡ୍‌ଭାନୀ। ଯେକୌଣସି ଭଲ ଫିଲ୍ମ ରିଲିଜ୍‌ ହେବାମାତ୍ରେ ଆଡ୍‌ଭାନୀ ତାହା ଦେଖିଥାଆନ୍ତି। ଯଦି ଆପଣ ଭାବୁଥାନ୍ତି ସେ ଘରେ ଦେଖୁଥିବେ, ତାହା ଭୁଲ୍‌। ସେ ହଲ୍‌ ଯାଇ ମଧ୍ୟ ଫିଲ୍ମ ଦେଖନ୍ତି। ଶେଷ ଥର ପାଇଁ ଆଡ୍‌ଭାନୀ ପ୍ରିୟଙ୍କା ଚୋପ୍ରା ଏବଂ ଫରହାନ୍‌ ଅଖତର ଅଭିନୀତ ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ’ ଦେଖିଥିଲେ।

ଆଡ୍‌ଭାନୀଙ୍କ ରାଜନୈତିକ ଜୀବନ ଦେଖିଲେ, ସେ ଭାରତୀୟ ଜନତା ପାର୍ଟି (ଭାଜପା)ର ସହ-ସଂସ୍ଥାପକ। ୧୯୪୨ ମସିହାରେ ସେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ଦୀର୍ଘ ବର୍ଷ ଧରି ଭାଜପା ଅଧ୍ୟକ୍ଷ ଥିଲେ। ୨୦୧୫ରେ ତାଙ୍କୁ ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ଏନ୍‌ଡିଏ ସରକାରରେ ସେ ଗୃହମନ୍ତ୍ରୀ ରହିଥିଲେ। ଏବେ ସେ ଦଳର ମାର୍ଗଦର୍ଶକ ଅଛନ୍ତି।

Share